ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ

ଦୃଢ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନିରନ୍ତର କର୍ମଯୋଗ ର ପ୍ରତୀକ ନରେନ୍ଦ୍ର ମୋଦି ଙ୍କ ୭୬ ତମ ଜନ୍ମଦିନ , ତେବେ ମୋଦି ୭୬ ତମ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ମୋଦି ଗୁଜୁରାଟ ର ଏକ ସାଧାରଣ ପରିବାର ରୁ ଆରମ୍ଭ କରି ବିଶ୍ୱ ର ସର୍ବବୃହତ ଗଣତନ୍ତ୍ରର ‘ପ୍ରଧାନ ସେବକ’ ହେବା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅତୁଳନୀୟ ପ୍ରେରଣା । ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସର ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇ ସାମାଜିକ ଗଣମାଧ୍ୟମ X ରେ ପୋଷ୍ଟ କରିଛନ୍ତି । ତେବେ ତାଙ୍କ ଜନ୍ମଦିନ ଏକ ବ୍ୟକ୍ତିଗତ ଉତ୍ସବ ନୁହେଁ ବରଂ ସାରା ଦେଶ ପାଇଁ ସେବା ଦିବସ ।ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ, ୨୫ ବର୍ଷର ଶାସନ ଯାତ୍ରାର ନୂଆ ମାଇଲଖୁଣ୍ଟ ନିକଟରେ ନରେନ୍ଦ୍ର ମୋଦି । ତେବେ ଏହି ଅବସର ରେ ବିଜେପି ପକ୍ଷରୁ ଆଜିଠୁ ଅକଟୋବର ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରାଯିବ ।ତେବେ ସେପଟେ ଜନ୍ମଦିନ ପାଇଁ ଜନ୍ମସ୍ଥାନ ଗୁଜୁରାଟ ର ବଡ଼ନଗର ଠାରୁ ବାରଣାସୀ ମଧ୍ୟରେ ଦୁଇଟି ବାଇକ ରାଲି ବାହାରିବ ।ଏହାକୁ ଶୁଭାରମ୍ଭ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ ।ତେବେ ଏହି କାର୍ଯ୍ୟକ୍ରମ ରେ  ଭୁପେନ୍ଦ୍ର ପଟେଲ , ଜଗଦୀଶ ବିଶ୍ୱକର୍ମା , ଅନୁ ପ୍ରିୟା ପଟେଲ ଉପସ୍ଥିତ ରହିବେ ।ଏହି ରାଲି ୧୦ ଟି ରାଜ୍ୟର ୧୯୩ ଜିଲ୍ଲା ଅତିକ୍ରମ କରିବ ଏବଂ ବାରଣାସୀ ଠାରେ ଏହି ସଂକଳ୍ପ ଅଭିଯାନ ନେଇ ଗଣମାଧ୍ୟମ କୁ ସମ୍ବୋଧିତ କରିବେ ରାଜନାଥ ସିଂ ।ତେବେ ଅଜୀବରଣସୀ ରେ ଏକାଠି ହେବେ ସମସ୍ତ ଏନଡ଼ିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବେ ।ତେବେ ମୋଦି ଏହି ଅବସରରେ  ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମୂଳମନ୍ତ୍ର ନେଇ ଭାରତକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି ।