୨୦୦ ସହ ବର୍ଷର ପରମ୍ପରା , ଖାଲି ହେଲା ୩୫୦୦ କେଜି ମେହେନ୍ଦି

ବିବାହ ବାଧା ଦୂର କରିବ ଏହି ମେହେନ୍ଦୀ

ମେହେନ୍ଦୀ ପାଇଁ ଲାଗିଲା ଲମ୍ବା ଲାଇନ୍

200 ବର୍ଷର ପରମ୍ପରା, ଜମିଲା ଲକ୍ଷ ଲକ୍ଷ ଲୋକଙ୍କ ଭିଡ

3 ଘଣ୍ଟାରେ ଖାଲି ହୋଇଗଲା 3500 କେଜି ମେହେନ୍ଦୀ

ଏହି ମେହେନ୍ଦୀ ଲଗାଇଲେ ଦୂର ହେବ ବିବାହ ସମସ୍ୟା ଖୁବଶୀଘ୍ର ହେବ ବାହାଘର । ହଁ ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ଏଭଳି କିଛି କଥା ଭାଇରାଲ ହେବା ପରେ ମେହେନ୍ଦୀ ଲଗାଇବାକୁ ଅବିବାହିତ ଲୋକଙ୍କ ଭିଡ ଜମିଛି । ତେବେ ଆପଣମାନେ ଭାବୁଥିବେ ଆମେ କେଉଁ ମେହେନ୍ଦୀ କଥା କହୁଛୁ । ଜୟପୁରର ମୋତି ଡୁଙ୍ଗରୀ ମନ୍ଦିରର ଏକ ଧାର୍ମିକ ବିଶ୍ୱାସ ରହିଛି । 1761 ମସିହାରେ ସେଠ ଜୟ ରାମ ପାଲିୱାଲଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ଗଣେଶ ମନ୍ଦିରରେ ମେହେନ୍ଦୀ ପ୍ରସାଦ ରୂପରେ ଲାଗି ହୋଇଥାଏ ଏବଂ ଏହି ମେହେନ୍ଦୀ ଲଗାଇବା ଦ୍ୱାରା ଯେଉଁମାନଙ୍କର ବିବାହର ସମସ୍ୟା ରହିଛି ତାହା ଦୂର ହେବା ସହିତ ଶୀଘ୍ର ବିବାହ ଜାତକ ଫିଟିଥାଏ ବୋଲି ମାନ୍ୟତା ରହିଛି । ସବୁଠାରୁ ବଡ କଥା ହେଲା ଏହି ମନ୍ଦିରରେ ଥିବା ମୂର୍ତ୍ତି 500 ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ । ସାଧାରଣତଃ ହିନ୍ଦୁ ଧର୍ମର ଲୋକମାନେ ବିଶେଷ ଭାବେ ଭଗବାନ ବିଶ୍ୱାସୀ ହୋଇଥାଆନ୍ତି । ଗଣେଶ ମନ୍ଦିରର ଏହି ମାନ୍ୟତାକୁ ମଧ୍ୟ ଲୋକମାନେ ସହଜରେ ବିଶ୍ୱାସ କରିଛନ୍ତି ଏବଂ ମେହେନ୍ଦୀ ଲଗାଇବା ପାଇଁ ମନ୍ଦିର ସାମ୍ନାରେ ଭିଡ ଜମାଇଛନ୍ତି ।   ସୋମବାର ଗଣେଶ ଚତୁର୍ଥୀରେ ଜୟପୁରର ମୋତି ଡୁଙ୍ଗରୀ ମନ୍ଦିରକୁ ଛୁଟିଥିଲା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ । ତିନି ଘଣ୍ଟାରେ ଖାଲି କରିଦେଲେ 3500 କିଲୋ ମେହେନ୍ଦୀ । ଭିଡ ନିୟନ୍ତ୍ରଣ କରିବାରେ ଫେଲ୍ ମାରିଥିଲା ପୋଲିସ ଓ ମନ୍ଦିର ପ୍ରଶାସନ । ଶେଷରେ ଲୋକଙ୍କୁ ଘରକୁ ଫେରିଯିବାକୁ ସନ୍ଧ୍ୟା 7ଟାରେ ମାଇକ୍ ଯୋଗେ ଅପିଲ୍ କରିଥିଲା ମନ୍ଦିର ପ୍ରଶାସନ । ତେବେ ମନ୍ଦିରର ଏହି ସ୍ୱତନ୍ତ୍ର ପରମ୍ପରା ବିଷୟରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମେହେନ୍ଦୀ ଲଗାଇବା ପାଇଁ ଅନେକ ସହରରୁ ଧାଇଁ ଆସିଥିଲେ । କିଏ ନିଜ ପାଇଁ ତ ଆଉ କେହି ଭାଇ-ଭଉଣୀ ଓ ପୁଅ-ଝିଅଙ୍କ ପାଇଁ ମେହେନ୍ଦୀ ନେବା ପାଇଁ ଲାଇନ୍ ଲଗାଇଥିଲେ । ଶନିବାର ରାତିରୁ ଜୟପୁରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ୫୦୦ ରୁ ଅଧିକ ସ୍ଵୟଂସେବକ ଏବଂ ଧାଡି ବ୍ୟବସ୍ଥା ସତ୍ତ୍ଵେ ଭିଡ ନିୟନ୍ତ୍ରଣ ହୋଇପାରି ନ ଥିଲା । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମୋତି ଡୁଙ୍ଗରୀ ମନ୍ଦିରରେ ରହିଥିବା ଏହି ମେହେନ୍ଦୀ ପରମ୍ପରା 200 ବର୍ଷ ପୁରୁଣା ଅଟେ । ପ୍ରଭୁ ଶ୍ରୀଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା ତେଣୁ ଭକ୍ତମାନଙ୍କ ବିବାହରେ ଆସୁଥିବା ବାଧାକୁ ସେ ହରଣ କରିନିଅନ୍ତି ବୋଲି ବିଶ୍ୱାସ ରହିଛି । ପ୍ରତିବର୍ଷ ଗଣେଶ ଚତୁର୍ଥୀରେ, ଏହି ମୋତି ଡୁଙ୍ଗରୀ ମନ୍ଦିରରେ ସିଞ୍ଜାରା ପର୍ବ ପାଳନ କରାଯାଏ । ଏହି ପର୍ବ ପାଇଁ ହଜାର ହଜାର ଲୋକ ଏକତ୍ରିତ ହୁଅନ୍ତି । ବିବାହ କାର୍ଯ୍ୟକ୍ରମ ହେଲେ ଶ୍ରୀଗଣେଶଙ୍କୁ ପ୍ରଥମେ ବିବାହ କାର୍ଡ ଦିଆଯାଏ । ବିବାହ ପରେ, ନବବିବାହିତ ଦମ୍ପତି ତାଙ୍କ ଆଶୀର୍ବାଦ ନେବା ପାଇଁ ମନ୍ଦିରକୁ ଯାଆନ୍ତି ।