କଟକ: ଆଉ ଏକ ଭିଡିଓ ଛାଡିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପ୍ରାୟ ପାଞ୍ଚ ମିନିଟ ଏହି ଭିଡିଓରେ ସେ ନିଜର ମନକଥା କହିଛନ୍ତି । ଏଥିସହ ଭିଡିଓରେ ନିଜ ପରିବାର ଓ ଫ୍ୟାନଙ୍କ ଉଦ୍ଦେଶ୍ୟରେ ମନର କଥା କହିଛନ୍ତି ଅନୁଭବ । ନିଜ ୟୁଟ୍ୟୁବ ଚ୍ୟାନେଲରେ ଆଜି ସକାଳୁ ଭିଡିଓ ଅପଲୋଡ କରିଛନ୍ତି ସାଂସଦ । ସବୁଠାରୁ ବଡ କଥା ହେଲା ଏହି ଭିଡିଓରରେ ଅନୁଭବ ଥରଟିଏ ବି ଅଭିନେତ୍ରୀ ବର୍ଷାଙ୍କ ନାଁ ନେଇନାହାନ୍ତି । ସେ ଏବଂ ତାଙ୍କ ପରିବାର ତରଫରୁ ଫ୍ୟାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଭିଡିଓରେ ଅନୁଭବ କହିଛନ୍ତି, ସକାଳେ କେବେ ଉଠି ପାରନ୍ତି ନାହିଁ । ହେଲେ ଏବେ ରାତିରେ ନିଦ ହେବା କଷ୍ଟକର ହୋଇପଡ଼ିଛି । ନିଜ ସମର୍ଥକମାନଙ୍କ ପାଇଁ ସେ ସକାଳୁ ଉଠି କାମ କରୁଛନ୍ତି ବୋଲି କହିଛନ୍ତି ଅନୁଭବ । ମୁଁ ଆପଣଙ୍କୁ କିଛି ବି ମିଛ କଥା କହିନାହିଁ । ମୃତ୍ୟୁ ଯାଏ ମୁଁ ଏମିତି କିଛିବି କାମ କରିବି ନାହିଁ, ଯେଉଁଥିପାଇଁ ଆପଣଙ୍କ ମୁଣ୍ଡ ମୋ ପାଇଁ ତଳକୁ ହୋଇଯିବ । ଆମେ ଏବେ ନିଜ ଘରେ ନୁହେଁ । ବରଂ ଭଡ଼ା ଘରେ ରହୁଛୁ । ବାପା ମାଆ, ଭାଇ, ଭାଇବୋହୂ, ଝିଆରୀଙ୍କ ସହ ରହୁଛି। ଆପଣମାନେ ସବୁ ଦୁଃଖକଷ୍ଟରୁ ଦୂରରେ ରୁହନ୍ତୁ । ସମସ୍ତଙ୍କୁ ଭଲ ପାଆନ୍ତୁ । ଶତ୍ରୁତା, ଘୃଣା ଏସବୁଠୁ ଦୂରରେ ରହି ପରିବାର ସହ ଏକାଠି ରୁହନ୍ତୁ । ନିଜର ପିତାମାତାଙ୍କୁ ଭଲ ପାଇବାରେ ଉଣା କରନ୍ତୁନି ବୋଲି କହିଛନ୍ତି ଅନୁଭବ ମହାନ୍ତି ।