ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ମା’ଙ୍କ ଦର୍ଶନ କଲେ ବିଧାୟକ

ପାର୍ବଣର ମାହୋଲରେ ଉତ୍ସବମୁଖର ହୋଇଉଠିଛି ସମଗ୍ର ଅଞ୍ଚଳ। ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ମା’ଙ୍କ ଦର୍ଶନ କରିବା ସହ ଶ୍ରଦ୍ଧାଳୁ ଓ ପୂଜା କମିଟିର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିଛନ୍ତି ଉଦଳା ବିଧାୟକ ଭାସ୍କର ମଢେଇ ।ପୂଜା ମଣ୍ଡପରେ ପହଞ୍ଚି ବିଧାୟକ ମା’ଙ୍କ ଆଶୀର୍ବାଦ ନେବା ସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ଉଦଳା ନିର୍ବାଚନ ମଣ୍ଡଳୀ ର ଉଦଳା ସଦର, , କପ୍ତିପଦା ରାଜବାଟି ସମେତ ବିଭିନ୍ନ ଗାଁ ରେ ଚାଲିଥିବା ପୂଜା ମଣ୍ଡପ ରେ ବୁଲିଥିଲେ ବିଧାୟକ l ଏହି ଅବସରରେ ପୂଜା କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।ପୂଜା ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ସହ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ଦେଖିବାକୁ ମିଳିଥିଲା। ବିଧାୟକଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଥିଲା। ବିଧାୟକ ଙ୍କ ସହ ଉଦଳା ସଦର ମଣ୍ଡଳ ର ସଭାପତି ଭାଗିରଥି ସେଠୀ,ନୁଦଡିହl ମଣ୍ଡଳ ସଭାପତି ଦୁଷ୍ମନ୍ତ ବେହେରା ଦେବକୁଣ୍ଡ ମଣ୍ଡଳ ସଭାପତି ମହେନ୍ଦ୍ର ଖଣ୍ଡେଇ କପ୍ତିପଦା ମଣ୍ଡଳ ସଭାପତି ସୁମନ୍ତ ରାଉଳ ବରିଷ୍ଟ ବିଜେପି ନେତା ବିଜୟ ସେନାପତି ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l