ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଛାତିର ଶ୍ୱାସନଳୀରେ ସଂକ୍ରମଣ ଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଏଥିପାଇଁ ତାଙ୍କୁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ସନ୍ଧ୍ୟା ୭.୩୦ରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯୮ ବର୍ଷୀୟ ଆଡଭାନୀ ଏବେ ବି ସେଠାରେ ରହିଛନ୍ତି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛି।
ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ଗୋଟିଏ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସାରେ ଲାଗି ପଡ଼ିଛନ୍ତି। ଛାତିରେ ସଂକ୍ରମଣ ଥିବାରୁ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା। ଏହାପରେ ପୋଲୋମନାରୀ ବା ଫୁସଫୁସ ରୋଗ ବିଭାଗରେ ତାଙ୍କୁ ଆଡମିଟ୍‌ କରାଯାଇଛି। ବେଶ କିଛି ବର୍ଷ ହେବ ବୟସଜନିତ ଅସୁସ୍ଥତାର ସମ୍ମୁଖୀନ ହୋଇ ଚାଲିଛନ୍ତି ଆଡଭାନୀ। ପୂର୍ବରୁ ଅନେକ ଥର ସେ ନିୟମିତ ଚେକଅପ ଓ ଅନ୍ୟ ସ୍ୱାସ୍ଥ୍ୟ ଜନିତ ପରୀକ୍ଷା ପାଇଁ ହସ୍ପିଟାଲ ଯିବାର ନଜିର ରହିଛି।