ନୋଟରେ ସଜ୍ଜା ହୋଇଛନ୍ତି ମାଆ । ମା’ଙ୍କୁ ସଜାଇବାରେ ୧୦ ଲକ୍ଷ ଟଙ୍କା ବ୍ୟବହାର କରାଯାଇଛି । ହାଇଦ୍ରାବାଦରେ ଟଙ୍କାରେ ମାଆଙ୍କ ପୂଜାମଣ୍ଡପର ହୋଇଛି ଏହି ସାଜସଜ୍ଜା। ମାଆଙ୍କ ନବରାତ୍ରି ପୂଜାରେ ଅସଲ ଟଙ୍କାର ମାଳ ତିଆରି କରି ସଜା ଯାଇଛି। ଏଥିରେ ମୋଟ ୯ ଲକ୍ଷ ୯୦ ହଜାର ୯ ଶହ ୯୯ ଟଙ୍କାର ନୋଟ୍ ବ୍ୟବହାର କରାଯାଇଛି। ୫ଶହ ଟଙ୍କିଆ ନୋଟ, ୨ଶହ, ଶହେ ଓ ୫୦ ଟଙ୍କିଆ ନୋଟରେ ଏହି ସାଜସଜ୍ଜା ହୋଇଛି। ହାଇଦ୍ରାବାଦର ସ୍ୱାମୀ ଦୟାନନ୍ଦ ୟଙ୍ଗ ମେନ୍ସ ଓ୍ୱେଲଫେୟାର ଆସୋସିଏସନ ପକ୍ଷରୁ ଏହି ପୂଜା ଆୟୋଜନ କରାଯାଇଛି। ନବରାତ୍ରିର ଏକ ସ୍ୱତନ୍ତ୍ର ଦିନରେ ମା’ ଦୁର୍ଗାଙ୍କୁ ମହାଲକ୍ଷ୍ମୀ ବେଶରେ ସଜାଯାଇଥିଲା। ଭିନ୍ନ ଭିନ୍ନ କରେନ୍ସି ନୋଟକୁ ଅତି ସୁନ୍ଦର ଭାବେ ମା’ଙ୍କ ଚାରିପାଖରେ ସଜାଯାଇଥିଲା।ଦୀର୍ଘ ୧୯ ବର୍ଷ ଧରି ଏହି ସ୍ୱତନ୍ତ୍ର ପରମ୍ପରା ପାଳନ କରିଆସୁଛନ୍ତି।