(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ବିଶ୍ୱ କିଡ଼ନି ଦିବସ। ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରାଯାଉଛି। ୨୦୦୬ରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହା ପାଳନ କରାଯାଉଛି। କିଡ଼ନୀ ବା ବୃକ୍କ ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ନଷ୍ଟ ହୋଇଗଲେ ବଞ୍ଚିବା ଅସମ୍ଭବ । ଲୋକଙ୍କୁ କିଡନୀ ରୋଗର କରାଣ ଓ ନିରାକରଣ ନେଇ ସଚେତନ କରାଯାଛି। ଏଥିପାଇଁ ବିଭିନ୍ନ ପ୍ରକାର କାର୍ୟ୍ୟଡକ୍ରମର ଆୟୋଜନ କରାଯାଇଥାଏ। ବିଶ୍ୱରେ ପ୍ରାୟ ୯କୋଟି ଓ ଭାରତରେ ୧କୋଟି ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଥାନ୍ତି। ଓଡ଼ିଶାରେ ପ୍ରାୟ ୨ଲକ୍ଷ ୧୦ହଜାର ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକ ରହିଛି। ଆମ ଶରୀରରେ ଥଇବା ରକ୍ତବାହୀ ନଳିଗୁଡ଼ିକ ଦ୍ୱାରା ସବୁବେଳେ ଅଶୁଦ୍ଧ ରକ୍ତ କିଡ଼ନି ମଧ୍ୟକୁ ଆସେ ଏବଂ ଏଠାରେ ପରିଷ୍କୃତ ହୁଏ ।