ପାରାଦୀପ ବିଶ୍ୱକର୍ମା ପୂଜା ତୃତୀୟ ସନ୍ଧ୍ୟା ପାଲଟିଛି ଆକର୍ଷଣ

ପାରାଦୀପ ବିଶ୍ୱକର୍ମା ପୂଜା ତୃତୀୟ ସନ୍ଧ୍ୟା ପାଲଟିଛି ଆକର୍ଷଣ l ବିଭିନ୍ନ ପୂଜା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଙ୍କ ସଙ୍ଗୀତ ର ତାଳେତାଳେ ଝୁମିଛନ୍ତି ଲକ୍ଷ ଲକ୍ଷ ଦର୍ଶକ l ପାଗ ଅନୁକୂଳ ଥିବାରୁ ତୃତୀୟ ସନ୍ଧ୍ୟା ରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି l ବିଶେଷକରି ପାରାଦୀପ ଟ୍ରକ ମାଲିକ ସଙ୍ଘ ନିକଟରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି l ପାରାଦୀପ ଟ୍ରକ ମାଲିକ ସଙ୍ଘ ତରଫରୁ ନିର୍ମାଣ କରାଯାଇଥିବା ରାଜସ୍ଥାନ ପରମ୍ପରା, କଳା, ସଂସ୍କୃତି ର ଝଲକ କୁ ତୋରଣ ରେ ନିର୍ମାଣ କରି ଦର୍ଶକ ଙ୍କ ଆକର୍ଷଣ ପାଲଟିଥିବା ବେଳେ ଓଡିଶା ର ସୁନାମାଧନ୍ୟ କଳାକାର ମାନଙ୍କୁ ନେଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରମୁଖ ଆକର୍ଷଣ ପାଲଟିଛି l

ପୂଜା ତିନିଦିନ ଅତିକ୍ରମ କରିଥିବା ବେଳେ ଆଗାମୀ ତିନିଦିନ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି l କେଉଁ ତୋରଣ ଓ ସାଜସଜ୍ଜା ଜୁରୀ ମଣ୍ଡଳୀ ଙ୍କ ପସନ୍ଦ ପାଲଟିବ ଏବଂ ପୁରସ୍କୃତ କରାଯିବ ତାହାକୁ ନେଇ ସମସ୍ତ ପୂଜାକମିଟି ତାଙ୍କର ପ୍ରୟାସ କରିଛନ୍ତି ବୋଲି କହିଛନ୍ତି ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ର ସଭାପତି ଆଲୋକ ପରିଡା l