କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କୁଆପଶି ଗ୍ରାମ ରେ କରମ ପରବ ଅନୁଷ୍ଠିତ ହୋଇ ଛି। ଏହି କରମ ପରବ କୁ ପାଟଣା ବ୍ଲକ ର କୋଣ ଅନୁକୋଣ ରୁ କୁଡ଼ୁମି ସମ୍ପ୍ରଦାୟ ଲୋକ ମାନେ ଏକତ୍ରିତ ହୋଇ କୁଆପଶି ଗ୍ରାମ ରୁ ଏକ ଶୋଭାଯାତ୍ରା ବାହାରି ପୁଣ୍ୟ ତୋୟା ବୈତରଣୀ ନଦୀ ରେ ପହଞ୍ଚି ପୂଜାର୍ଚନା ସହ ଜାୱା ଉଠାଣ କରିବା ସହ ଏକ ଖଟୁଲି ଉପରେ ଟକେଇ କୁ ବାଲି ପୂର୍ଣ୍ଣ କରି ଏକ ଧାନ ଗଛ କୁ ରଖି ପାରମ୍ପାରିକ ରୀତିନୀତି ରେ ପୂଜାର୍ଚ୍ଚନା କରିବା ସହ କୁଡୁମୀ ସମ୍ପ୍ରଦାୟ ର ଗୀତ ନାଚ ରେ ନଦୀ ରୁ ଖଟୁଲି କୁ ଗ୍ରାମ ର ଯୁବତୀ ମାନେ ବୋହି ଗ୍ରାମ ର ପୂଜା ସ୍ଥଳି ରେ ପହଞ୍ଚାଇ ଥାନ୍ତି।ସେଠାରେ ଦୁଇ ଦିନ ଧରି କରମ ପରବ ପାଳିତ ହୋଇ ଥାଏ। ଏହି ଜାୱା ଉଠାଣ ପରବ କୁ କୁଡୁମି ସମ୍ପ୍ରଦାୟ ର ବିଶ୍ୱାସ ଥାଏ କି କରମ ପରବ କୁ ବର୍ଷ କୁ ବର୍ଷ ପାଳନ କଲେ ଚାଷ ରେ ଅଗ୍ରଗତି ସହ ନିଜ ନିଜ କୁଡୁମୀ ପରମ୍ପରା କୁ ଲୋକ ମାନେ ଭୁଲିଯାଉ ଥିବା ବେଳେ ଏହାକୁ ଯୁବପିଢ ଯୋଡ଼ି ହୋଇ ରହିବାକୁ ପ୍ରୟାସ ରହିଥିବା କହିଛନ୍ତି।