ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱରରେ ପହଞ୍ଚିଛି ଇଭିଏମ । ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଲା ଇଭିଏମ । କଡା ସୁରକ୍ଷା ବଳୟରେ ଖୋର୍ଦ୍ଧା ସ୍ଥିତ ପଣ୍ୟାଗାରରୁ ଭୁବନେଶ୍ୱର ର ବିଜେବି କଲେଜରେ ଆସି ପହଞ୍ଚିଛି । ଭୁବନେଶ୍ୱର ଲୋକ ସଭା କ୍ଷେତ୍ରର ୫ଟି ନିର୍ବାଚନ ମଣ୍ଡଳୀ ତଥା ଜଟଣୀ , ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ଇଭିଏମ ଆସି ପହଞ୍ଚିଛି । ୫ଟି ଫ୍ଲୋରରେ ଗୋଟିଏ ବିଧାନସଭା ଓ ନିର୍ବାଚନ ମଣ୍ଡଳୀର ଉଭୟ ଲୋକସଭା ଓ ବିଧାନସଭା ଲାଗି ଇଭିଏମ ରହିବ । ତେବେ ଏଠାରୁ ମୋଟ ୨୩୩୨ଟି ଇଭିଏମ ଆସିଥିବା କୁହାଯାଉଛି ।