ବିଜେପିରେ ସାମିଲ ହେଲେ ତେଲଙ୍ଗାନା ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ

ନୂଆଦିଲ୍ଲୀ: ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଆଜି ବିଜେପିରେ ସାମିଲ ହୋଇଛନ୍ତି । ସେ ଦୁଇଦିନ ପୂର୍ବରୁ ତେଲଙ୍ଗାନା ଏବଂ ପୁଡୁଚେରୀ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।
ତାମିଲ ସାଇ ବିଜେପିରେ ଯୋଗ ଦେବା ପରେ କହିଛନ୍ତି କି, ମୁଁ ନିର୍ବାଚନ ଲଢିବାକୁ ଚାହୁଁଛି ଓ ମୋର ଏହି ଇଚ୍ଛା ବାବଦରେ ମୁଁ ପାର୍ଟିକୁ ଜଣାଇ ଦେଇଛି । ରାଜ୍ୟପାଳ ପଦରୁ ଇସ୍ତଫା ଦେବା ଏକ କଠିନ ନିଷ୍ପତ୍ତି ଓ ସିଧାସଳଖ ନିର୍ବାଚନରେ ପ୍ରାର୍ଥୀ ହେବା ଏକ ସଠିକ୍ ନିଷ୍ପତ୍ତି ବୋଲି ସେ କହିଛନ୍ତି ।
ତାମିଲ ସାଇ କହିଛନ୍ତି କି, ସେ କେଉଁ ଆସନରୁ ଲୋକସଭା ନିର୍ବାଚନ ଲଢିବେ ତାହା ଦଳର ହାଇକମାଣ୍ଡ ସ୍ଥିର କରିବେ । ମୋତେ ଲୋକଙ୍କର ସେବା କରିବାକୁ ଭଲ ଲାଗୁଥିବାରୁ ମୁଁ ରାଜ୍ୟପାଳ ପଦ ଛାଡିଛି, ମୁଁ ପ୍ରଧାନମନ୍ତ୍ରୀଙ୍କ ଭଳି ଲୋକଙ୍କ ସହ ଯୋଡି ହେବାକୁ ଚାହୁଁଛି ବୋଲି ସେ କହିଛନ୍ତି । କୁହାଯାଉଛି ଯେ ବିଜେପି ତାଙ୍କୁ ଡିଏମକେ ନେତା କନିକୋଝୀଙ୍କ ବିରୋଧରେ ମୈଦାନକୁ ଓହ୍ଲାଇପାରେ ୨୦୧୯ ନିର୍ବାଚନରେ ସୁନ୍ଦରରାଜନ ନିର୍ବାଚନ ଲଢିଥିଲେ । ତେବେ କାନିମୋଝୀଙ୍କ ଠାରୁ ପରାଜିତ ହୋଇଥିଲେ ।