ଭୁବନେଶ୍ୱର:ଭୁବନେଶ୍ୱର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ଜାନୁୟାରୀ ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୩୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୧୫୦ଟି UPI Fraud ଜନିତ ଅଭିଯୋଗ, ୧୦୮ଟି Credit/Debit Card fraud ଜନିତ ଅଭିଯୋଗ, ୫୦ଟି ସୋସିଆଲ ମିଡିଆ ଜନିତ ଅଭିଯୋଗ ଗ୍ରହଣ କରିଥିବା ବେଳେ ଅନ୍ୟାନ୍ୟ ମୋଟ ୨୭ଟି ଠକେଇ ଅଭିଯୋଗ ଏହି ସାଇବର କ୍ରାଇମ ହେଲ୍ପ ଡ଼େସ୍କ ଗ୍ରହଣ କରିଥିଲେ । ଗତ ମାସ ମଧ୍ୟରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ ମୋଟ ୧,୪୪,୦୪,୬୩୧ଟଙ୍କାର ଠକେଇ ଜନିତ ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ମୋଟ ୦୫ଗୋଟି ମାମଲା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା । ଗତ ଜାନୁୟାରୀ ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ମୋଟ ୧୦,୧୩,୧୭୭ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୨୨,୪୯,୬୫୬ ପରିମାଣର ଟଙ୍କାକୁ ବ୍ଲକ କରାଯାଇ ପାରିଛି ।