ଭୁବନେଶ୍ୱର: ରାଜଧାନୀରେ ପାଦ ରଖିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବେସ ଧୁମ ଧାମରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କଡା ସୁରକ୍ଷା ବଳୟ ଭିତରେ ଗାଙ୍ଗୁଲିଙ୍କୁ ନିଆଯାଇଛି ହୋଟେଲ । ହୋଟେଲରେ କିଛି ସମୟ ରେଷ୍ଟ ନେଲା ପରେ ଅପରାହ୍ନ ପାଞ୍ଚଟାରେ ନବୀନଙ୍କୁ ଭେଟିବେ ଗାଙ୍ଗୁଲି । ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବେ ଗାଙ୍ଗୁଲି । ଏହା ପରେ ବାରବଟୀ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଘଣ୍ଟି ବଜାଇ ମ୍ୟାଚ ଉଦ୍ଘାଟନ କରି ମ୍ୟାଚ ଉପଭୋଗ କରିବେ ସୌରଭ ଗାଙ୍ଗୁଲି ।
ସେପଟେ ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର ଦ୍ୱିତୀୟ ଟି-୨୦କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ । ଆଉ କିଛି ସମୟ ପରେ ବାରବାଟିରେ ଆରମ୍ଭ ହେବ ଟି-୨୦ ମ୍ୟାଚ । ଅନ୍ୟପକ୍ଷେ ଦର୍ଶକଙ୍କ ପାଇଁ ଅପରାହ୍ନ ୩ଟାରୁ ଖୋଲା ହୋଇଯାଇଛି ବାରବାଟୀ ଷ୍ଟାଡିଅମ ଗେଟ । ଧିରେ ଧିରେ କରି ଷ୍ଟାଡିଅମ ମଧ୍ୟକୁ ପ୍ରବେଶ କରୁଛନ୍ତି କ୍ରିକେଟ ଫ୍ୟାନ୍ସ । ଗାଇଡଲାଇନ ଅନୁସାରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମିଳୁଛି ଅନୁମତି ।ସବୁଠି କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା ।