ସୋନିଆଙ୍କୁ ହଟାଇବାକୁ ଜୟରାମଙ୍କ ପରୋକ୍ଷ ସଙ୍କେତ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ତକ୍ରାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳରୁ ଇସ୍ତଫା ଦେଇଥିଲେ । ସେବେଠାରୁ ଦଳ ମୁଖିଆ ହୀନ ହୋଇ ଚାଲିଛି । ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦଳକୁ ଆଗେଇ ନେଉଛନ୍ତି । ତେବେ ଚଳିତ ମାସରେ ଦଳ ଅଧ୍ୟକ୍ଷ ନିର୍ବାଚନ ହେବ ବୋଲି ପୂର୍ବରୁ କୁହାଯାଇଥିବା ବେଳେ କିନ୍ତୁୁ ସୋନିଆଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ।
ଏକ ଟିଭି ସାକ୍ଷାତକାରରେ ଜୟର।।ମ କହିଛନ୍ତି, ଦଳକୁ ଆଗାମୀ ଦିନରେ ମଜବୁତ କରିବାକୁ ହେବ । ତେବେ ଏଭଳି ନେତୃତ୍ୱରେ ରହିଲେ ଏହା ହୋଇ ପାରିବ ନାହିଁ । ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଛି। ଏବେ ଘରକୁ ମଜବୁତ କରିବାକୁ ହେବ। ଜଣେ ନେତାଙ୍କ ନେତୃତ୍ୱରେ ଦଳକୁ ମଜବୁତ କରାଯାଇ ପାରିବ ନାହିଁ । ଦଳକୁ ଏକଜୁଟ ହୋଇ କାମ କରିବାକୁ ହେବ । ଖାଲି ଜୟରାମ ନୁହଁନ୍ତି, ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ୨୩ ନେତା ମଧ୍ୟ ସମାନ କଥା ଉଠାଇଥିଲେ।