ନିର୍ବାଚନ କମିଶନ ମମତାଙ୍କ ଗୋଷ୍ଠୀଙ୍କୁ ଦେଇଛନ୍ତି ନୂଆ ଦଳୀୟ ଚିହ୍ନ ଓ ନାଁ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରାଜୟ ପରେ ଟିଏମସିରେ ଦେଖାଯାଇଛି ଦଳୀୟ କନ୍ଦଳ। ଯାହା  ଏବେ ଭୟଙ୍କର ରୂପ ନେଇଛି। ସବୁ ସ୍ଥିତିକୁ ଦେଖି ନିର୍ବାଚନ କମିଶନ ମମତାଙ୍କ ଗୋଷ୍ଠୀଙ୍କୁ ଦେଇଛନ୍ତି ନୂଆ ଦଳୀୟ ଚିହ୍ନ ଓ ନାଁ। ସେହିପରି ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିକୁ ମଧ୍ୟ ନୂଆ ପରିଚୟ ମିଳିଛି।ମମତାଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଏଣିକି ‘ମମତା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ଭାବେ ପରିଚୟ ହାସଲ କରିଛି। ଏହି ଗୋଷ୍ଠୀର ଦଳୀୟ ଚିହ୍ନ ହେଉଛି ‘ଫୁଟବଲ ଖେଳାଳି’।

 

ସେହିପରି ଋତୁବ୍ରତ ବାନାର୍ଜୀଙ୍କ ଗୋଷ୍ଠୀର ନାଁ ହେଉଛି ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ ଓ ଏହାର ଦଳୀୟ ଚିହ୍ନ ହେଉଛି ଲଫାପା। ଏହି ଦଳୀୟ ଚିହ୍ନ ନାଁକୁ ଦୁଇ ଗୋଷ୍ଠୀ ଅସ୍ଥାୟୀ ଭାବେ ଆଗାମୀ ବେଙ୍ଗଲ ବିଧାନସଭାର ଉପ ନିର୍ବାଚନରେ ବ୍ୟବହାର କରିପାରିବେ। ‌ଏହି ସମୟରେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରକୃତ ଟିଏମସି କିଏ, ତା’କୁ ନେଇ ନିର୍ବାଚନ କମିଶନ ବିଚାର ଜାରି ରଖିବେ। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ନିର୍ବାଚନ କମିଶନ ପ୍ରଥମେ ତୃଣମୂଳ କଂଗ୍ରେସର ପାରମ୍ପରିକ ଫୁଲ ଓ ଘାଷ ଚିହ୍ନକୁ ଫ୍ରିଜ କରି ଦେଇଥିଲେ। କୌଣସି ଗୋଷ୍ଠୀ ଏହାକୁ ବ୍ୟବହାର କରିପାରିବେ ନାହିଁ ବୋଲି କହିଥିଲେ।