ଅଣ୍ଟା ଦରଜ ହେଉଛି କି ?

(ରିପୋର୍ଟସ ଟୁଡେ) : ଅଣ୍ଟାବିନ୍ଧା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଗୋଟିଏ ସ୍ଥାନରେ ଅଧିକାଂଶ ସମୟ ବସି ରହିବା, ମାଂସପେଶୀ ଟାଇଟ୍‌ ହୋଇଯିବା, ଅଧିକାଂଶ ସମୟ ନଇଁ କରି ବସିବା, ହଠାତ୍‌ ଅଧିକ ଓଜନ ଜିନିଷ ଉଠାଇବା ଯୋଗୁ ଅଣ୍ଟାବିନ୍ଧା ହୋଇଥାଏ।

ବିଶେଷଭାବରେ ସକାଳୁ ବିଛଣାରୁ ଉଠିଲେ ଅଣ୍ଟା ଦରଜ ଅଧିକ ଲାଗେ । ତାହାଲେ ଆସନ୍ତୁ ଜାଣିବା ଅଣ୍ଟା ଦରଜରୁ କିପରି ରକ୍ଷା ପାଇବା

 ଅଣ୍ଟା ଦରଜରୁ ରକ୍ଷା ପାଇବା ପାଇଁ ଦୀର୍ଘ ସମୟ ଧରି କରୁଥିବା କାମରେ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ। ଅଧିକାଂଶ ସମୟ ନଇଁକରି ବସନ୍ତୁ ନାହିଁ।
 ଅଦାରେ ପ୍ରସ୍ତୁତ ଚା’ ପିଅନ୍ତୁ।
 ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ। ଡ୍ରାଏ ଫ୍ରୁଟସ ଖାଆନ୍ତୁ।
 ତୁଳସୀ ପତ୍ରକୁ ଭଲ ଭାବରେ ସିଝାନ୍ତୁ। ଏହାକୁ ଛାଣି ଅଳ୍ପ ଲୁଣ ମିଶାଇ ପିଇଲେ ଅଣ୍ଟା ଦରଜରୁ ଉପଶମ ମିଳିଥାଏ।