ଶୀତଦିନରେ ତ୍ୱଚାର ଯତ୍ନ ନିଏ ଭେସିଲିନ, ଜାଣନ୍ତୁ ଏହାର ଅନେକ ଫାଇଦା ବିଷୟରେ ……

(ରିପୋର୍ଟସଟୁଡେ): ଶୀତି ଦିନରେ ଆସିବା ମାତ୍ରେ ଖୋଜା ପଡେ ଭେସଲିନ । ଭେସଲିନ୍ ହେଉଛି ପେଟ୍ରୋଲିଅମ୍ ଜେଲି, ଯାହାକୁ ଲଗାଇଲେ ତ୍ୱଚାରେ ନମନୀୟତା ଆସିଥାଏ ଓ ତ୍ୱଚାରୁ ଶୁଷ୍କତା ଦୂର ହୋଇଥାଏ।

ତେବେ ଏତିକିରେ କେବଳ ଭେସଲିନର ଉପକାରିତା ସରି ନାହିଁ। ଯଦି ଆପଣ ଚାହୁଁଛନ୍ତି ନିଜର ମୁହଁ ଗ୍ଲୋ କରୁ, ତେବେ ଭେସଲିନରେ ଅଳ୍ପ ଲୁଣ ମିଶାଇ ତ୍ୱଚାରେ ମାଲିସ କରନ୍ତୁ।

ଯଦି ଦେହରେ ପରଫ୍ୟୁମର ବାସ୍ନା ଅଧିକ ସମୟ ଯାଏଁ ରହୁ, ତେବେ ବେକରେ ଓ ହାତରେ ପରଫ୍ୟୁମ୍ ସହିତ ଅଳ୍ପ ଭେସଲିନ୍ ଲଗାଇ ଘଷନ୍ତୁ। ଏହା ଫଳରେ ପରଫ୍ୟୁମର ବାସ୍ନା ବେଶି ସମୟ ଯାଏଁ ରହିବ।

ଯଦି କେଶ ଝଡୁଥାଏ,ତେବେ ଆପଣ ଦୁଇ ହାତରେ ଭେସଲିନ୍ ଲଗାଇ କେଶରେ ହାଲୁକାଭାବେ ଘଷିଲେ,ସେହି ସମସ୍ୟା ଦୂରେଇ ଯାଇଥାଏ।
ପୁରୁଣା ଜୋତାରେ ଅଳ୍ପ ଭେସଲିନ୍ ଲଗାଇ ବ୍ରସ୍ କଲେ,ତାହା ଚମକିବ ଓ ଜୋତା ନୂଆ ଭଳି ଦିଶିବ।

ଯଦି ଶୀତ ଋତୁରେ ଓଠ ଫାଠୁଥାଏ ଓ ଶୁଷ୍କ ହେଉଥାଏ, ତେବେ ଆପଣ ଭେସଲିନ୍ ସହିତ କିଛି ଚିନି ମିଶାଇ ଲିପସ୍କ୍ରିନ୍ କରିପାରନ୍ତି। ଭେସଲିନ୍କୁ ମେକଅପ୍ ରିମୁଭରଭାବେ ମଧ୍ୟ ଉପଯୋଗ କରିପାରିବେ।