(ରିପୋର୍ଟସଟୁଡେ): ବାହାଘର ଠିକ୍ ହେବା ମାତ୍ରେ ଆରମ୍ଭ ହୋଇଯାଏ ସପିଂ। କନିଆ ପାଇଁ ଲେହେଙ୍ଗାଠୁ ଆରମ୍ଭ କରି, ଚପଲ, ମେକ ଅପ୍ ଓ ଗହଣାର ସପିଂ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। କୋଣସି ସାମଗ୍ରୀର ସପିଂରେ ଯଦି କିଛି ବି ଗଡ଼ବଡ଼ ହୁଏ, ତେବେ ପୂରା ବ୍ରାଇଡାଲ୍ ଲୁକ୍ ବିଗିଡ଼ିଯାଏ। ଆଜି ଆମେ ବାହାଘର ପାଇଁ ଗହଣା ସପିଂ ସମ୍ପର୍କରେ କିଛି ଟିପ୍ସ୍ ଦେବୁ, ଯାହା ଆପଣ ସପିଂ ବେଳେ ଆପଣାଇପାରିବେ।
କିଣିବା ପୂର୍ବରୁ ଟ୍ରାଏଲ ଜରୁରୀ: ଦୋକାନରେ ଥିବା ଭିନ୍ନ ଭିନ୍ନ ଡିଜାଇନ୍ର ଗହଣା ଦେଖିବାକୁ ଖୁବ୍ ଭଲ ଲାଗେ। କିନ୍ତୁ ଏହା ପିନ୍ଧିବା ପରେ ଯେ ଆପଣଙ୍କ ଶରୀରକୁ ସେପରି ମାନିବ ଅବା ଭଲ ଲାଗିବ, ସେମିତି ନୁହେଁ। ତେଣୁ କେବଳ ଗହଣା ଦେଖି ଏହାକୁ କିଣିବାର ଭୁଲ ଆଦୌ କରନ୍ତୁ ନାହିଁ। ବରଂ କିଣିବା ପୂର୍ବରୁ ପ୍ରଥମେ ପିନ୍ଧି ଦେଖନ୍ତୁ, ଏହା ଆପଣଙ୍କୁ କେମିତି ମାନୁଛି ଏବଂ ଆପଣଙ୍କ ବାହାଘରର ଲେହେଙ୍ଗା ବା ଶାଢ଼ୀ ସହ ଏହା କେମିତି ଦିଶିବ। ଟ୍ରାଏଲ୍ ଦ୍ୱାରା ଆପଣ କିଣିଥିବା ଗହଣାରୁ ଏକଦମ୍ ପରଫେକ୍ଟ୍ ବ୍ରାଇଡାଲ୍ ଲୁକ୍ ପାଇପାରିବେ।
ରିସର୍ଚ୍ଚ କରି ସପିଂକୁ ଯାଆନ୍ତୁ: କୌଣସି ବି ଫଙ୍କ୍ସନ୍ ପାଇଁ ଗହଣା କିଣିବା ପୂର୍ବରୁ ଇଣ୍ଟର୍ନେଟ୍ କିମ୍ବା ଅନ୍ୟ ସୋର୍ସ ସାହାଯ୍ୟରେ କିଛି ରିସର୍ଚ୍ଚ କରି ନିଅନ୍ତୁ। ଏହାଦ୍ୱାରା ଆପଣ ଲ୍ୟାଟେଷ୍ଟ୍ ଟ୍ରେଣ୍ଡ୍ ଓ ଫ୍ୟାଶନ୍ ସମ୍ପର୍କରେ ଜାଣି ପାରିବେ। ଏହା ସହ କେଉଁ ଡ୍ରେସ୍ ସହ କେମିତି ଗହଣା ଭଲ ଲାଗିବ, ସେ ସମ୍ପର୍କରେ ଆବଶ୍ୟକ ଧାରଣା ସହ ଏହାର ମୂଲ୍ୟ ବିଷୟରେ ମଧ୍ୟ ସୂଚନା ପାଇ ପାରିବେ। ଫଳରେ ଆପଣ ନିଜ ବଜେଟ୍ ଅନୁସାରେ ଭଲ ଗହଣା କିଣି ପାରିବେ।