(ଋିପୋର୍ଟସଟୁଡେ) : କଳିଙ୍ଗ ଷ୍ଟାଡିୟମରେ ଆଉ ୪୯ ଦିନପରେ ପୁରୁଷ ହକି ବିଶ୍ୱକପ ଅନୁଷ୍ଟିତ ହେବା । ଆଗରୁ ବିଶ୍ୱ ହକିକପର ପ୍ରସାର ଓ ପଚର ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ଯେମିତିକି ମାଇଁ ହାର୍ଟ ବିଟ୍ ଫର ହକି ଭଳି କ୍ୟାମ୍ପନିଗ କରି ହକି ପାଇଁ ଜନସାଧାରଣଙ୍କ ମନରେ କେତେ ଉତ୍ସାହ ଅଛି ତାହା ଜାଣୁଥିଲେ । ଆଜି ସେଇଭଳି ହକିର ପ୍ରଚାର ଓ ଜନସାଧାରଣଙ୍କ ହକି ପ୍ରତି ଆକର୍ଷଣ ବଢାଇବା ପାଇଁ ଆଜି ପୂରୀ ବେଳାଭୂମୀରେ ମାସ୍କଟ ଓଲିର ଉନ୍ମଚନ ହୋଇଛି ।
ଦେଶ ଏବଂ ଦେଶ ବାହାରେ ଏହାର ବ୍ୟାପକ ପ୍ରଚାର କାର୍ୟ୍ୟକ୍ରମ ଚାଲୁ ରହିଛି। ଏହି କ୍ରମରେ ମଙ୍ଗଳବାର ପୁରୀ ବେଳାଭୂମିରେ ମାସ୍କଟ ‘ଓଲି’ର ଆନୁଷ୍ଠାନିକ ଉନ୍କୋଚନ କାର୍ୟ୍ୟକ୍ରମ ଆୟୋଜନ ହେଇଛି । ଏହି ଅବସରରେ ଓଲି ହକି ପ୍ରେମୀଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି। ସେ ମଧ୍ୟ କେତେକ ଅଭିନବ କଳା କୌଶଳର ପ୍ରଦର୍ଶନ କରିଛି । ପୁରୀର ଅପରୂପ ସୌନ୍ଦର୍ୟ୍ୟଭରା ବେଳାଭୂମିରେ ପ୍ରଶଂସକ ଏବଂ ହକି ପ୍ରେମୀଙ୍କ ସହ ଫଟୋ ସୁଟ୍ କରିଛନ୍ତି। ଏହା ପରେ ଗଣମାଧ୍ୟମ ପ୍ରତିନଧିଙ୍କୁ ସାକ୍ଷାତକାର ଦେବା ସହ ହକି ବିଶ୍ବକପର ପ୍ରଚାର କରିବ । ଏହି ଅବସରରେ ସେ ଅଲିଭ୍ରିଡଲେ କଇଁଚର ସୁରକ୍ଷା ଏବଂ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରିବ। ପୁରୀ ବେଳାଭୂମିରେ ତାକୁ ସ୍ବାଗତ କରିବା ଲାଗି ହକି ପ୍ରେମୀଙ୍କ ପ୍ରବଳ ଭିଡ଼ ଜମିଥିଲା ।