ନାବାଳିକାକୁ ଯୌନ ଶୋଷଣ କରି ଜେଲ ଗଲେ ଏହି କ୍ରିକେଟର ।

ଜେଲ ଗଲେ କ୍ରେକେଟର । ନାବାଳିକାକୁ ଯୌନ ଶୋଷଣ କରିବା କେସରେ ଭୋଗିଲେ ଜେଲ ଦଣ୍ଡ । ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ ଜଣେ ୧୫ ବର୍ଷର ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।  ପ୍ରଥମେ ୩୦ ବର୍ଷୀୟ ସମର୍ସ ପ୍ରାରମ୍ଭରେ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ। କିନ୍ତୁ ଜୁନ୍ ମାସରେ ସେ ତାସମାନିଆ ସୁପ୍ରିମକୋର୍ଟରେ ଜଣେ ନାବାଳିକା ସହ ଦୁଇଥର ଯୌନ ଶୋଷଣ କରିଥିବା ନେଇ ନିଜର ଅପରାଧ ସ୍ୱୀକାର କରିଥିଲେ । ବୁଧବାର ଦିନ କୋର୍ଟ ଆରନ୍ ସମର୍ସଙ୍କୁ ଅଢ଼େଇ ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି ।

ଧଳା ହୁଡି ଏବଂ ବେସବଲ୍ କ୍ୟାପ୍ ପିନ୍ଧି ଜଣେ ବ୍ୟକ୍ତି ଚାଲୁଛନ୍ତି

ଏହି କ୍ରିକେଟର ଜଣକ ଏପ୍ରିଲ୍ ୨୦୨୮ରେ ଜେଲରୁ ମୁକ୍ତ ହେବେ । ଜଷ୍ଟିସ୍ ହେଲେନ୍ ବୁଡ୍ କୋର୍ଟକୁ ଜଣାଇଛନ୍ତି ଯେ, ସମର୍ସ ପୀଡ଼ିତା ଯୁବତୀଙ୍କୁ ୨୦୧୭ ମସିହାରେ ହୋବାର୍ଟ ହରିକେନ୍ସର ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ଭେଟିଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ବଢ଼ିଥିଲା ​​ସମ୍ପର୍କ୨୦୧୭ ମସିହାରେ କିଛି ଦିନ ପରେ ସେହି ୧୫ ବର୍ଷର ନାବାଳିକା ଜଣକ ଆଉ ଏକ ମ୍ୟାଚ୍ ଦେଖିବାକୁ ଯାଇଥିଲେ । ଯେଉଁଠି ସମର୍ସଙ୍କ ସହ ତାଙ୍କର କଥାବାର୍ତ୍ତା ଆରମ୍ଭ ହୋଇଥିଲା। ସେହି ସମୟରେ କ୍ରିକେଟରଙ୍କ ବୟସ ୨୧ ବର୍ଷ ଥିଲା। ସୋସିଆଲ ମିଡିଆ ଆପ୍ ଜରିଆରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ପରେ କ୍ରିକେଟର ଜଣକ ଏକ ଯୋଜନା କରି ତାଙ୍କୁ ବାହାରକୁ ଡାକିଥିଲେ। କୋର୍ଟରେ କୁହାଯାଇଛି ଯେ, ସମର୍ସ ତାଙ୍କୁ ଏକ ସ୍କୁଲକୁ ନେଇଯାଇଥିଲେ, ଯେଉଁଠାରେ ସେ ଦୁଇଥର ତାଙ୍କର ଯୌନ ଶୋଷଣ କରିଥିଲେ ।

Aussie Summers to make history in Pakistan | The Canberra Times | Canberra, ACT

ଜଷ୍ଟିସ୍ ବୁଡ୍ କୋର୍ଟକୁ କହିଛନ୍ତି ଯେ, କ୍ରିକେଟର ଜଣକ ଜାଣିଥିଲେ ଯେ ଝିଅଟିର ବୟସ ୧୭ ବର୍ଷରୁ କମ୍ ଏବଂ ସେ ସେତେବେଳେ ସ୍କୁଲରେ ପଢୁଛନ୍ତି, କିନ୍ତୁ ସେ କେବେବି ତାଙ୍କ ବୟସ ପଚାରି ନଥିଲେ। ଯେଉଁ କାରଣରୁ ତାଙ୍କୁ ଜେଲକୁ ଯାଇ ଦେଲ ଦଣ୍ଡ ଭୋଗିବାକୁ କୋର୍ଟ ଘୋଷଣା କରିଛନ୍ତି ।