ଜାଣନ୍ତୁ ନବଜାତ ଶିଶୁ ଶୋଇବାର ସହଜ ଓ ସରଳ ଉପାୟ

( ରିପୋର୍ଟସଟୁଡେ): ଶିଶୁକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ପାଇଁ ତାଙ୍କୁ ନେଇ ଅନେକ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ। ଛୋଟ ପିଲାର ଶୋଇବାର ପୋଜିସନ ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ। ଯଦି ଶିଶୁକୁ ଠିକ ଢଙ୍ଗରେ ଶୁଆ ନଯାଏ ତେବେ ଅନେକ ପ୍ରକାରର ସମସ୍ୟା ହେବାର ଭୟ ରହିଥାଏ। ଆମେ ଆପଣଙ୍କୁ କିଛି ସହଜ ଏବଂ ସୁବିଧା ଉପାୟ ବିଷୟରେ ଜଣାଇବୁ, ଯାହାର ପାଳନ କରି ଆପଣ ନିଜ ଶିଶୁର ଯତ୍ନ ନେଇପାରିବେ।

ଯଦି ଶିଶୁ ସୁସ୍ଥ ଥାଏ ଏବଂ ତାହାର ଜନ୍ମ ଠିକ ସମୟରେ ହୋଇଥିବ ତେବେ ଆପଣ ତାକୁ ପିଠି ଆଡ଼କୁ କିଛି ସମୟ ପାଇଁ ଶୁଆଇଲେ ଭଲ । ରାତିରେ ମଧ୍ୟ ସେହି ପୋଜିସନରେ ଶୁଆଇ ପାରିବେ। ପିଠି ଆଡକୁ ଶୋଇବା ଦ୍ବାରା ସଡନ ଇନଫାଣ୍ଟ ଡେଥ ସିଣ୍ଡ୍ରୋମର ଭୟ କମିଥାଏ। ଆମେରିକାର ଘବଗ୍ଧସକ୍ଟଦ୍ଭବକ୍ଷ ସଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର କ୍ଟଲ ମଷସକ୍ଷୟ ଷରବକ୍ଷଗ୍ଧଷ ବଦ୍ଭୟ ଷଙ୍କଜ୍ଞବଦ୍ଭ ୟରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ରିପୋର୍ଟ ଅନୁସାରେ ପିଠି ଆଡକୁ ଶୋଇବା ସବୁଠୁ ଭଲ । ଏହି ପଜିସନରେ ଶିଶୁକୁ ଅଧିକ ସମୟ ପର୍ୟ୍ୟନ୍ତ ଶୋଇବା ଦ୍ବାରା ଶିଶୁର ମୁଣ୍ଡ ପଛ ଆଡକୁ ଚେପଟା ହୋଇଯାଏ। ମୁଣ୍ଡର ଏହି ଆକାର ସମୟ ସହିତ ଠିକ ହୋଇଯାଏ।

ଶିଶୁଙ୍କୁ ପେଟେଇ କରି ଶୁଆଇବା ସୁରକ୍ଷିତ ନୂୁହେଁ । ଏହା ଦ୍ବାରା ଶିଶୁକୁ ନିଶ୍ବାସ ନେବାରେ କଷ୍ଟ ହୋଇଥାଏ। ଏହା ସହିତ ତକିଆ ପାଖରେ ମୁହଁ ହେବା ଦ୍ବାରା ସେ ନିଶ୍ବାସ ନେବାରେ କଷ୍ଟ ହୁଏ। ଯାହା ଶିଶୁକୁ ଅଣନିଶ୍ବାସୀ କରିଦେଇ ପାରେ ।
ଗୋଟିଏ ପାର୍ଶ୍ବକୁ ଶୋଇକି ରହିବା ସୁରକ୍ଷିତ ହୋଇନଥାଏ। କାରଣ ଏଥିରେ ଶିଶୁର ପେଟ ବଢ଼ିଯାଏ ଏବଂ ସଡନ ଇନଫାଣ୍ଟ ଡେଥ୍ ସିଣ୍ଡ୍ରୋମର ଭୟ ବଢ଼ିଯାଇଥାଏ।

ଛୁଆକୁ ଶୁଆଇବା ସମୟରେ ତାକୁ ଟାଣ ଗଦିରେ ଶୋଇବା ଉଚିତ। ଏହା ଦ୍ବାରା ଛୁଆର ମୁଣ୍ଡ ସୋଫା ଏବଂ ଗଦିରେ ଦବି ଯାଏ ନାହିଁ। ଏହା ଦ୍ବାରା ମଧ୍ୟ ପିଲା ଶୋଇବା ସମୟରେ କାନ୍ଦି ନଥାଏ। ଶୁଆଇଲା ବେଳେ ଶିଶୁର ମୁହଁକୁ ଢାଙ୍କିବା ଉଚିତ ନୁହେଁ। ସବୁବେଳେ ଶିଶୁର ଛାତି ପର୍ୟ୍ୟନ୍ତ ଚାଦର ଘୋଡ଼ାଇବେ। ମୁଣ୍ଡକୁ ଢାଙ୍କିବା ଦ୍ବାରା ନିଶ୍ବାସ ନେଲା ବେଳେ ଅସୁବିଧା ହୋଇପାରେ। ଏହା ସହିତ ଅଣନିଶ୍ବାସୀ ମଧ୍ୟ ଲାଗିଥାଏ।