ଢେଙ୍କାନାଳ: ଟ୍ରେନ ଲାଇନରୁ ମିଳିଲା ଯୁବକଙ୍କ ମୃତ ଦେହ । ଏ ଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଶ୍ୟାମାଚ଼ରଣପୁର ରେଳଷ୍ଟେସନ ନିକଟ ଟ୍ରେନ ଲାଇନ୍ରେ । ମୃତ ଯୁବକ ହେଲେ ଠାକୁରପାଳ ଗାଁର ବିଶ୍ୱଜିତ ପାଣିଗ୍ରାହୀ । ବିଶ୍ୱଜିତ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ।
ତାଙ୍କୁ ହତ୍ୟା ପରେ ଟ୍ରେନ ଲାଇନରେ ଶୁଆଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ଭାଇ ଓ ମାମୁଁ। ବ୍ୟବେଚ୍ଛଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଘଟଣା ସ୍ଥଳରେ ରେଲୱେ ପୋଲିସ ଓ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ତଦନ୍ତ ପରେ ଜଣ ପରେ ଜଣାପଡିବା ଏହା ହତ୍ୟା ନା ଆତ୍ମହତ୍ୟା ।