ଓଡ଼ିଶା ହୋମଗାର୍ଡଙ୍କ ବେତନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ;ହୋମଗାର୍ଡଙ୍କ ଦୈନିକ ବେତନ ୫୩୩ ଟଙ୍କା

ଭୁବନେଶ୍ୱର: ହୋମଗାର୍ଡଙ୍କ ବେତନ ୫୩୩ ଟଙ୍କା । ହୋମଗାର୍ଡଙ୍କ ଦୈନିକ ବେତନ ୫୩୩ ଟଙ୍କା ବୋଲି ଗୁରୁତ୍ୱ ପୂର୍ଣ୍ଣ ରାୟ ଶୁଣାଇଛନ୍ତି ।  ଓଡ଼ିଶା ହୋମଗାର୍ଡଙ୍କ ବେତନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ହୋମଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୨୦୧୮ ଜୁନ ୧ ତାରିଖରୁ ଲାଗୁ ହେବ । ବକେୟା ଟଙ୍କା ହୋମଗାର୍ଡ ମାନଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି ।ରାଜ୍ୟ ପୋଲିସଙ୍କ ଭଳି ହୋମଗାର୍ଡଙ୍କ ଦରମା ସମୟ କ୍ରମେ ବୃଦ୍ଧି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।