ମହିଳା ବିଶ୍ୱକପ୍‌ ଉଦ୍‌ଘାଟନୀ ମୁକାବିଲାରେ ଭାରତ ସହ ଖେଳିବ ଶ୍ରୀଲଙ୍କା

ନୂଆଦିଲ୍ଲୀ:- ମହିଳା ଦିନିକିଆ ବିଶ୍ୱକପ୍‌ର ୧୩ଶ ସଂସ୍କରଣ ମଙ୍ଗଳବାର ଆରମ୍ଭ ହେବାକୁ ଯାଉଛି। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି। ୧୯୭୮, ୧୯୯୭ ଓ ୨୦୧୩ ପରେ ଭାରତ ୪ର୍ଥ ଥର ଏହି ବିଶ୍ୱକପ୍‌ର ଆୟୋଜନ କରୁଛି। ପ୍ରଥମଥର ଶ୍ରୀଲଙ୍କାରେ ଏହି ବିଶ୍ୱକପ୍‌ ଆୟୋଜନ ହେଉଛି। ୩୪ ଦିନରେ ମୋଟ ୩୧ଟି ମ୍ୟାଚ୍‌ ଖେଳାଯିବ। ଅକ୍ଟୋବର ୨୯ ଓ ୩୦ରେ ଦୁଇଟି ସେମିଫାଇନାଲ ଏବଂ ନଭେମ୍ବର ୨ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ୮ଟି ଦଳ ମହିଳା ବିଶ୍ୱକପ୍‌ ଖେଳିବେ। ୨୦୦୦ ପରଠାରୁ ପ୍ରଥମଥର ୱେଷ୍ଟଇଣ୍ଡିଜ ଏହି ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରି ପାରିନାହିଁ। କଲମ୍ବୋରେ ପାକିସ୍ତାନର ୯ଟି ଲିଗ୍‌ ମ୍ୟାଚ୍‌ ସହ ପାକିସ୍ତାନ ସେମିଫାଇନାଲ ଏବଂ ଫାଇନାଲ ଗଲେ; ଉକ୍ତ ୨ଟି ମ୍ୟାଚ୍‌ ମଧ୍ୟ ଖେଳାଯିବ।

India vs. Pakistan in Women's Cricket World Cup 2025: Date, Venue &  Significance | Subkuz

ଭାରତ ପ୍ରଥମ ଥର ନିଜ ଘରେ ବିଶ୍ୱକପ୍‌ ଖେଳିବାକୁ ଯାଉଥିବାରୁ ଟ୍ରଫି ଆଶାରେ ରହିଛି। ‌ଗୁଆହାଟୀରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମୁକାବିଲାରେ ଭାରତ ସହ ଖେଳିବ ସହପ୍ରାୟୋଜକ ଶ୍ରୀଲଙ୍କା। ବିଶ୍ୱକପ୍‌କୁ ନଜରରେ ରଖି ଚଳିତ ବର୍ଷ ୭ ଦଳ ବିପକ୍ଷରେ ୧୪ ଦିନିକିଆ ମ୍ୟାଚ୍‌ ଖେଳି ସାରିଛି। ସେଥି ମଧ୍ୟରୁ ୧୦ଟି ବିଜୟ ଓ ୪ଟି ପରାଜୟ ପାଇଛି। ଏହା ଭିତରେ ଭାରତ କେବଳ ଗତ ସପ୍ତାହରେ ଅଷ୍ଟ୍ରେଲିଆଠୁ ଶୃଙ୍ଖଳା ହାରିଥିଲା। ଶ୍ରୀଲଙ୍କା ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି। ଉଭୟ ଦେଶ ୩୫ ମ୍ୟାଚ୍‌ ଖେଳିଥିଲା ବେଳେ ଭାରତ ୩୧ଟିରେ ଜିତି ଆଗରେ ରହିଛି। ତେଣୁ ହର୍ମନପ୍ରୀତ କୌରଙ୍କ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି।

India vs Sri Lanka live streaming, ICC Women's World Cup 2025 telecast |  Cricket News - Business Standard