SEMICON India 2026 ରେ ଓଡ଼ିଶାର ସ୍ୱଦେଶୀ ଚିପ୍ ଡିଜାଇନ୍ କ୍ଷମତା ପ୍ରଦର୍ଶନ

ରାଉରକେଲା: ନୂଆଦିଲ୍ଲୀର ଯଶୋଭୂମି ଠାରେ ସେପ୍ଟେମ୍ବର ୧୭-୧୯, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ‘ସେମିକନ୍ ଇଣ୍ଡିଆ ୨୦୨୬’ (SEMICON India 2026) କାର୍ଯ୍ୟକ୍ରମରେ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (NIT Rourkela) ଦେଶୀୟ ସେମିକଣ୍ଡକ୍ଟର ଏବଂ ଚିପ୍ ଡିଜାଇନ୍ କ୍ଷେତ୍ରରେ ଓଡ଼ିଶାର ବର୍ଦ୍ଧିତ ଦକ୍ଷତାକୁ ପ୍ରଦର୍ଶନ କରିଛି। ଏହି ପ୍ରତିଷ୍ଠିତ ଜାତୀୟ ସେମିକଣ୍ଡକ୍ଟର କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ, ଭାରତର ବିଭିନ୍ନ ପ୍ରାନ୍ତରୁ ୨୦ଟି ଅନୁଷ୍ଠାନର ଅବଦାନକୁ ନେଇ ପ୍ରସ୍ତୁତ ଏକ ପ୍ରତୀକ (emblem) ମାଧ୍ୟମରେ NIT Rourkela ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ ଚିପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପସ୍ଥାପନ କରାଯାଇଥିଲା।

ଭାରତର ଉଦୀୟମାନ ସେମିକଣ୍ଡକ୍ଟର ପ୍ରତିଭାକୁ ପ୍ରତିନିଧିତ୍ୱ କରୁଥିବା ଛାତ୍ର ଡିଜାଇନର୍‌ ମାନେ ଏହି ପ୍ରତୀକକୁ ଉପସ୍ଥାପନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଛାତ୍ର ଡିଜାଇନର୍‌ ମାନଙ୍କ ମଧ୍ୟରେ NIT Rourkelaର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ (ECE) ବିଭାଗର ପିଏଚ୍‌ଡି (PhD) ଗବେଷକ ପ୍ରଦୀପ କୁମାର ମହାନ୍ତି ଅନ୍ତର୍ଭୁକ୍ତ ଥିଲେ। ପ୍ରଦର୍ଶିତ ‘ASCON AEAD ସିକ୍ୟୁରିଟି ଚିପ୍’ (C2S0091) କୁ ପ୍ରଫେସର ଅୟସ କାନ୍ତ ସ୍ୱାଇଁ ଏବଂ ପ୍ରଫେସର କମଳାକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରଦୀପ କୁମାର ମହାନ୍ତି ଡିଜାଇନ୍ କରିଥିଲେ। ଏହି ହାଲୁକା କ୍ରିପ୍ଟୋଗ୍ରାଫିକ୍ ସିକ୍ୟୁରିଟି ଚିପ୍‌ଟି ସୀମିତ ସମ୍ବଳ ବିଶିଷ୍ଟ ‘ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍’ (IoT) ଏବଂ ଏମ୍ବେଡେଡ୍ ସିଷ୍ଟମ୍ ପାଇଁ ସୁରକ୍ଷିତ ଡାଟା ଏନକ୍ରିପସନ୍ ଏବଂ ଅଥେଣ୍ଟିକେସନ୍ (ପ୍ରାମାଣିକରଣ) ସୁବିଧା ଯୋଗାଇବା ପାଇଁ ଡିଜାଇନ୍ କରାଯାଇଛି।

ଏହି ଚିପ୍‌ଟି MeitYର ‘ଚିପ୍-ଟୁ-ଷ୍ଟାର୍ଟଅପ୍’ (C2S) କାର୍ଯ୍ୟକ୍ରମ ଅଧୀନରେ ବିକଶିତ କରାଯାଇଥିଲା । NIT Rourkelaରେ ଏହି C2S ପ୍ରକଳ୍ପର ନେତୃତ୍ୱ ପ୍ରଫେସର କମଳାକାନ୍ତ ମହାପାତ୍ର ଓ ପ୍ରଫେସର ଅୟସ କାନ୍ତ ସ୍ୱାଇଁ ନେଇଥିଲେ। ମୋହାଲିସ୍ଥିତ ସେମିକଣ୍ଡକ୍ଟର କମ୍ପ୍ଲେକ୍ସ ଲିମିଟେଡ୍ (SCL) ଠାରେ ଏହି ଚିପ୍‌ର ଉତ୍ପାଦନ (fabrication) କରାଯାଇଥିଲା । ଏହି ପ୍ରତିଷ୍ଠାନ ଦକ୍ଷ ସେମିକଣ୍ଡକ୍ଟର ବୃତ୍ତିଗତମାନଙ୍କୁ ବିକଶିତ କରି, ସ୍ୱଦେଶୀ ଚିପ୍ ବିକାଶକୁ ସକ୍ଷମ କରି ଏବଂ ସାମାଜିକ ଏବଂ ଜାତୀୟ ପ୍ରୟୋଗ ପାଇଁ ଚିପ୍ସକୁ ବୁଦ୍ଧିମାନ ସିଷ୍ଟମରେ ରୂପାନ୍ତରିତ କରିବା ପାଇଁ କ୍ଷମତା ନିର୍ମାଣ କରି ଓଡ଼ିଶାର ସେମିକଣ୍ଡକ୍ଟର ଇକୋସିଷ୍ଟମର ଅଭିବୃଦ୍ଧିରେ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖିଛି।

NIT ରାଉରକେଲା ହେଉଛି SEMICON India 2026 ରେ ଏହି ମାନ୍ୟତା ହାସଲ କରିଥିବା ଓଡ଼ିଶାର ଏକମାତ୍ର ପ୍ରତିଷ୍ଠାନ । ପ୍ରଫେସର କମଳାକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ଏହି ପ୍ରତିଷ୍ଠାନ 1999 ମସିହାରୁ ଓଡ଼ିଶାରେ ଚିପ୍ ଡିଜାଇନ୍ ଏବଂ ସେମିକଣ୍ଡକ୍ଟର ମାନବଶକ୍ତି ବିକାଶରେ ଅବଦାନ ଦେଇ ଆସୁଛି। ବର୍ଷ ବର୍ଷ ଧରି, NIT ରାଉରକେଲା ଦକ୍ଷ ବୃତ୍ତିଗତମାନଙ୍କୁ ବିକାଶ କରିବା ଏବଂ ଛାତ୍ର ଏବଂ ଗବେଷକମାନଙ୍କୁ ଚିପ୍ ଡିଜାଇନ୍ ଠାରୁ ଫାବ୍ରିକେସନ୍ ଏବଂ ସିଷ୍ଟମ-ସ୍ତରୀୟ ପ୍ରୟୋଗ ପର୍ଯ୍ୟନ୍ତ ଅଗ୍ରଗତି ପାଇଁ ସୁଯୋଗ ପ୍ରଦାନ କରିବା ଉପରେ ଧ୍ୟାନ ଦେଇଆସିଛି।

NIT ରାଉରକେଲା ସେମିକଣ୍ଡକ୍ଟର ଶିକ୍ଷା, ଗବେଷଣା ଏବଂ ସ୍ୱଦେଶୀ ଚିପ୍ ବିକାଶରେ ଏହାର ପ୍ରୟାସକୁ ମଜବୁତ କରିଚାଲିଛି। ସାମାଜିକ ଏବଂ ଜାତୀୟ ପ୍ରୟୋଗ ପାଇଁ ଚିପ୍ସକୁ ବୁଦ୍ଧିମାନ ସିଷ୍ଟମରେ ରୂପାନ୍ତର କରିବା ପାଇଁ ଦକ୍ଷ ସେମିକଣ୍ଡକ୍ଟର ବୃତ୍ତିଗତମାନଙ୍କୁ ବିକାଶ କରି, ସ୍ୱଦେଶୀ ଚିପ୍ ବିକାଶ ଏବଂ ନିର୍ମାଣ କ୍ଷମତାକୁ ସକ୍ଷମ କରି ଓଡ଼ିଶାର ସେମିକଣ୍ଡକ୍ଟର ଇକୋସିଷ୍ଟମର ଅଭିବୃଦ୍ଧିରେ ଯୋଗଦାନ ଦେବାକୁ ପ୍ରତିଷ୍ଠାନ ଲକ୍ଷ୍ୟ ରଖିଛି।