(ଆଦର୍ଶ ରାଉତ ) : ବିଭିନ୍ନ ସମୟରେ ଜନସାଧାରଣ ଥାନାକୁ ଏତେଲା ଡାଏର କରିବାକୁ ଆସୁଥିବା ସମୟରେ ଲାଚଂ ଦେବାର ସମ୍ମୁଖିନ ହେବାକୁ ପଡିଥାନ୍ତି ତାନେଇ ଆଜି ପୋଲିସ କମିଶନର ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଏବେ ସବୁ ଥାନାରେ ଆରମ୍ଭ ହେବ ହେଲ୍ପ ଡେସ୍କ , ଯେଉଁଥରେ ଜଣେ କନେଷ୍ଟବଳଙ୍କୁ ପ୍ରଶିକ୍ଷଣ କରି ନିଯୁକ୍ତି ଦିଆଯିବ । ଏହା ଫଳରେ ଏତେଲା ଡାଏରୀ ପାଇଁ ଥାନାକୁ ଆସୁଥିବା ଲୋକ ମାନେ ବଡ ବାବୁଙ୍କୁ ଅପେକ୍ଷା କରିବାକୁ ପଡିବନାହିଁ, ହେଲ୍ପ ଡେସ୍କ ରେ ନିଜର ଏତେଲା ଦେବା ପରେ ମୋବାଇଲ କୁ ସାଙ୍ଗେ ସାଙ୍ଗେ କେସ୍ ର ରେଜିଷ୍ଟର ନମ୍ବର ମେସେଜ ଆସିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ।