ଆଜି ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ଦିଲ୍ଲୀଠୁ ପଲ୍ଲୀ ଏନେଇ ସବୁଠି ଉତ୍ସବର ମାହୋଲ୍। ।ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟଏବଂ ପ୍ରତେକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ।

ଗାଡି ମାଲିକ ସଂଘ ଓ ଡ୍ରାଇଭର ସଂଘ ସହିତ , ରଣପୁର ବିଜ୍ଞାପିତ ଅଞ୍ଚଳ ଓ ବିଭିନ୍ନ ସଂଗଠନ ପକ୍ଷରୁ ୮0 ତମ ସ୍ୱାଧୀନତା ଦିବସ ଆଜି ପାଳିତ ହୋଇଛି।ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ହାତରେ ପତାକା ଧରି ଭାରତମାତା କି ଜୟ,ବନ୍ଦେ ମାତରମଁ ଧ୍ୱନି ଦେଇ ଜାତୀୟ ସଗିଂତ ଗାନ କରି ଶୋଭାଯାତ୍ରାରେ ଗ୍ରାମ ଓ ବଜାର ପରିକ୍ରମା କରିଥିଲେ।

ଏହି ଅବସରରେ ରଣପୁର ର ବିଧାୟିକା ସୁରମା ପାଢ଼ୀ, ରଣପୁର ଏନ ଏ ସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ତହସିଲଦାର ରଣପୁର, ଆଇ ଆଇ ସି ରଣପୁର, ବି ଡି ଓ ରଣପୁର, ରଣପୁର ଏନ ଏ ସି ର ଇ. ଓ ଉପସ୍ଥିତ ରହି ରଣପୁର ପଞ୍ଚୁଦୋଳ ପଡିଆରେ ପତ୍ତକା ଉତ୍ତୋଳନ କରିଥିଲେ।ରଣପୁର ଫରେଷ୍ଟ ରେଞ୍ଜ ଅଫିସ ରେ ରେଞ୍ଜର ସିଧୁ ସିଂ ସମାନ ଭାବ ରେ ପତାକା ଉତୋଳନ କରିଥିଲେ।