ଭାରତୀୟ ଦଳର ଅନେକ ଖେଳାଳି ଆହତ ହେବାରୁ ଏହାର ପରିଚାଳନାକୁ ନେଇ ବଡ ନିଷ୍ପତ୍ତି ନେଲା BCCI ।

ଭାରତୀୟ ଦଳରେ ଖେଳାଳିମାନେ ବାରମ୍ବାର ଇଞ୍ଜୁରି ହେବା କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରୁ ଖେଳାଳି ମାନେ ବାଦ ପଡୁଛନ୍ତି ଏହି କାରଣରୁ ବିସିସିଆଇ ସଚିବ ଦେବଜିତ ସାଇକିଆ ରବିବାର ‘ସେଣ୍ଟର ଅଫ ଏକ୍ସିଲେନ୍ସ’ (CoE) ରେ ଖେଳାଳିଙ୍କ ପୁନର୍ବାସ ଏବଂ ପୁନରୁଦ୍ଧାର ପ୍ରକ୍ରିୟା ସମୀକ୍ଷା କରିବା ପାଇଁ କ୍ରିକେଟ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଖାସକରି ଜସପ୍ରିତ ବୁମରାହ (ଆଣ୍ଠୁ ଫୁଲା), ସାଇ ସୁଦର୍ଶନ (ବାମ ଆଙ୍ଗୁଠି ଆଘାତ), ହର୍ଷିତ ରାଣା (ମାଂସପେଶୀ ଷ୍ଟ୍ରେନ), ନୀତିଶ କୁମାର ରେଡ୍ଡୀ (ମାଂସପେଶୀ ଷ୍ଟ୍ରେନ), ଏବଂ ୱାଶିଂଟନ ସୁନ୍ଦର (ଜଙ୍ଘ ମାଂସପେଶୀ ଷ୍ଟ୍ରେନ) ପରି ଖେଳାଳିମାନେ ବିଭିନ୍ନ ଆଘାତ ଯୋଗୁ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିପାରିବେ ନାହିଁ। ଆକାଶ ଦୀପ (ଷ୍ଟ୍ରେସ ଫ୍ରାକ୍ଚର) ସବୁଠାରୁ ଦୀର୍ଘ ସମୟ ପାଇଁ ବାଦ ଦିଆଯାଇଛି ।

 

Shreyas Iyer Discharged From Hospital In Sydney. BCCI Provides Massive  Injury Update | Cricket News

ଏହା ବ୍ୟତୀତ, ହାର୍ଦ୍ଦିକ ପାଣ୍ଡ୍ୟା (ଜଙ୍ଘ ମାଂସପେଶୀରେ ଷ୍ଟ୍ରେନ), ବରୁଣ ଚକ୍ରବର୍ତ୍ତୀ (ମାଂସପେଶୀରେ ଷ୍ଟ୍ରେନ), ଏବଂ ପ୍ରିନ୍ସ ଯାଦବ (ମାଂସପେଶୀରେ ଷ୍ଟ୍ରେନ) ମଧ୍ୟ CoEରେ ଅଛନ୍ତି, ଯେଉଁଠାରେ କ୍ରୀଡା ବିଜ୍ଞାନ ଦଳ ପ୍ରବଳ ଚାପରେ ଅଛି। 2025 ପ୍ରାରମ୍ଭରେ ନୀତିନ ପଟେଲଙ୍କ ଇସ୍ତଫା ପରଠାରୁ ବିଭାଗ ମୁଖ୍ୟ ବିନା ରହିଛି। ବର୍ତ୍ତମାନ, ଏହି ସମସ୍ତ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଯଥାଶୀଘ୍ର ପଡ଼ିଆକୁ ଫେରାଇ ଆଣିବା ହେଉଛି ସବୁଠାରୁ ବଡ଼ ଚ୍ୟାଲେଞ୍ଜ। BCCIର ଏକ ସୂତ୍ର ନାମ ଗୋପନ ରଖି ପିଟିଆଇକୁ କହିଛନ୍ତି, ‘ହଁ, ସଚିବ ସାଇକିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଭିଭିଏସ ଲକ୍ଷ୍ମଣଙ୍କ ସହ ବେଙ୍ଗାଲୁରୁରେ ରହିବେ।

ଉଭୟଙ୍କ ମଧ୍ୟରେ ଏକ ବୈଠକ ସ୍ଥିର ହୋଇଛି। ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କିମ୍ବା ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଅନଲାଇନ ବୈଠକରେ ଯୋଗ ଦେବେ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ନାହିଁ। ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ, ସାଇକିଆ ଏବଂ ଲକ୍ଷ୍ମଣ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବେ କି ନାହିଁ ତାହା ଦେଖିବା ଆକର୍ଷଣୀୟ ହେବ।