ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀଙ୍କ ଗାଡିକୁ ଅଣ୍ଡା ମାଡ

(ରିପୋର୍ଟସଟୁଡେ): ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ । ଆମ ଗାଁ ଆମ ବିକାଶ ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ଉଦଘାଟନ ପାଇଁ ଅନୁସୂଚନିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉମରକୋଟ ମୁଣ୍ଡିଗୁଡା ଗାଁକୁ ଯାଉଥିଲେ। ତେବେ ଗାଁରେ ପଶିବା ପୂର୍ବରୁ ଉଭୟ ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ି ଉପରକୁ କଂଗ୍ରେସ କର୍ମୀ ଅଣ୍ଡା ମାଡ଼ କରିଥିଲେ। ପୁଲିସ ୩ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।