ଶୀତ ଦିନେ କିପରି ପାଇବେ ଆଣ୍ଠୁ ଦରଜରୁ ମୁକ୍ତି

(ରିପୋର୍ଟସ ଟୁଡ଼େ): ବର୍ତମାନ ଚାଲିଛି ଶୀତ ଋିତୁ । ଋତୁ ପରିବର୍ତ୍ତନ ଯୋଗୁଁ ଶରୀରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଶୀତଦିନେ ସବୁଠୁ ସାଧାରଣ ଜିନିଷ ହେଉଛି ଆଣ୍ଠୁ ଦରଜ। ଏହା ଏକ ପୂରୂଣା ରୋଗ । ଏହି ଦିନରେ ଏହି ରୋଗର ପ୍ରଭାବ ବେଶି ରହିଥାଏ । ଏହି ରୋଗର ମାତ୍ରା ବଢିବା ଦ୍ୱାରା ଚାଲିବାରେ ଓ ବସିକି ଉଠିାବରେ ଅସୁବିଧା ହୋଇଥାଏ ।ବିଭିନ୍ନ ପ୍ରକାର ଔଷଧ ଖାଇଲେ ମଧ୍ୟ ଏହି ରୋଗରୁ ଉପଶମ ମିଳିବା କଷ୍ଟକର ହୋଇଥାଏ । ମାତ୍ର ଏହି ରୋଗକୁ ଯୋଗାସନ ମାଧ୍ୟମରେ ଭଲ କରି ହୋଇଥାଏ। ଯୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜାଣନ୍ତୁ କେଉଁ ଯୋଗାସନ ଓ ପ୍ରାଣାୟମ ଆଣ୍ଠୁ ଗଣ୍ଠିକୁ ମଜବୁତ୍ କରିବା ସହ ଦରଜ ଦୂର କରିଥାଏ।
ବଜ୍ରାସନ
ପ୍ରତିଦିନ ବଜ୍ରାସନ କରିବା ଦ୍ୱାରା ପେଟ ଜନିତ ସମସ୍ୟା ଯେମିତିକି; ପେଟ ଦରଜ, ଗ୍ୟାସ୍, କବ୍ଜ ଓ ଏସିଡିଟି ଦୂର ହୋଇଥାଏ। ଆଣ୍ଠୁ ଦରଜରୁ ମୁକ୍ତି ମିଳିଥାଏ।
କପାଳଭାତି
କପାଳଭାତି ପ୍ରାଣାୟମ ନିୟମିତ କରିବା ଦ୍ୱାରା ଶରୀରରେ ଥିବା ବିଷ ତତ୍ତ୍ୱ ଦୂର ହୋଇଥାଏ ଓ ଶରୀର ସର୍ବଦା ସକ୍ରିୟ ରହିଥାଏ।
ନାଡ଼ି ଶୋଧନ ପ୍ରାଣାୟମ
ନାଡ଼ି ଶୋଧନ ପ୍ରାଣାୟମ କରିବା ଦ୍ୱାରା, ଆପଣଙ୍କୁ ଅଜ୍ମା ଭଳି ବଡ଼ ରୋଗରୁ ବଞ୍ଚାଇବା ସହ ମୁଣ୍ଡବିନ୍ଧା, ମାଇଗ୍ରେନ୍ ଆଦି ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।