ଆଇନିଜୀବୀ ଙ୍କୁ ଗିରଫ କଲା ପୋଲିସ

(ରିପୋର୍ଟସଟୁଡେ) ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଲୁଣିଢ଼ିପା ଗାଁ ନିକଟସ୍ଥ ଏକ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ କିଛିଦିନ ତଳେ ପୁଲିସ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଆଇନ୍‌ଜୀବୀଙ୍କୁ ପୁଲିସ ଶନିବାର ଗିରଫ କରିଛି। ଗିରଫ ଆଇନଜୀବୀଙ୍କ ନାମ ଗୋଲକ ବେହେରା ବୋଲି ଜଣାପଡ଼ିଛି । ସେ ନୟାଗଡ଼ରେ ଓକିଲାତି କରନ୍ତି ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ତାରିଖରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମ୍ପେପଡ଼ା ପଞ୍ଚାୟତର ଲୁଣିଢ଼ିପା ଗାଁ ନିକଟରେ ଥିବା କାଜୁ ଜଙ୍ଗଲକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଯାଇଥିବା ବେଳେ ପାଦଚଲା ରାସ୍ତା କଡ଼ରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତ ବାଳକୃଷ୍ଣ ଜଣେ ବ୍ୟବସାୟୀ ଥିଲେ।