ତୈଳଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ

(ଆଦର୍ଶ ରାଉତ ) : ପେଟ୍ରୋଲ ଦର ଏବେ ୮୦ ଟପିଲାଣି । ଆଉ କିଛି ଦିନରେ ୧୦୦ ଟଙ୍କା ମଧ୍ୟ ଟପିଯିବ । ତୈଳଦର ବୃଦ୍ଧି ନେଇ ବିଜେଡି କରିଛି ପ୍ରତିବାଦ । ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ଆଜି ବିଜେଡି ପକ୍ଷରୁ ଚାଲିଛି ଜନସଚେତନତା କାର୍ୟ୍ୟକ୍ରମ । ଦିନ ୧୦ଟାରୁ ୧୨ଟା ଯାଏ ଦଳ ପକ୍ଷରୁ ସବୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ବିଜୁ ଯୁବ-ଛାତ୍ର ଓ ମହିଳା ଜନତା ଦଳର କର୍ମୀମାନେ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଲିଫଲେଟ୍ ବାଂଟି ଦଳୀୟ କର୍ମୀମାନେ ଲୋକଙ୍କୁ ସଚେତନ କରୁଛନ୍ତି । ଆଜିଠାରୁ ୯ ତାରିଖ ଯାଏ ଏହି କାର୍ୟ୍ୟକ୍ରମ ଚାଲିବ ।