ମଦ ହେଲା କାଳ

( ମନୋଜ କୁମାର ସାହୁ) : ରାୟାଗଡା ରେ ଦେଖିବାକୁ ମଳିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ବ୍ରିଜରୁ ନାଗାବଳୀ ନଦୀକୁ ଡେଇଁ ନିଖୋଜ ଅଛନ୍ତି । ଯବୁକ ଜଣକ ହେଲେ ଜେକେପୁର ନିକଟସ୍ଥ ଶର୍ମାପଡା ଗ୍ରାମର ପ୍ରଶାନ୍ତ ଟାକ୍ରୀ । ଏହି ଘଟଣା ସମ୍ପର୍କରେ ଖବର ପାଇ କୋଲନରା ଓ ରାୟଗଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନଦୀରେ ପ୍ରବଳ ପାଣି ଥିବାରୁ ଯୁବକଙ୍କ ପତ୍ତା ମିଳିପାରିନଥିବା ଜଣାପଡିଛି ।