(ମମତା ସାମଲ) : ପୂର୍ବତନ ମନ୍ତ୍ରୀ ଦମୋଦରଙ୍କୁ ବହିଷ୍ମାର ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଜୁଦଳକୁ ଭାରିପଡିଛି ଏହି ତୁଙ୍ଗ ନେତାଙ୍କୁ ବହିଷ୍କାର ପ୍ରସଙ୍ଗ ।
ରାଜ୍ୟ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଦାମଙ୍କ ବହିଷ୍କାର ପ୍ରସଙ୍ଗରେ ଆଜି ପୁଣି ଥରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ୧୮ ବର୍ଷ ଧରି ବିଜେଡି ବିଜୁବାବୁଙ୍କ ନାଁରେ ଚାଲିଥିବାବେଳେ ବିଜୁ ବାବୁଙ୍କର କେହି ଲୋକ ଆଉ ଦଳରେ ନାହାନ୍ତି । ଏହା ସହ ବିଜୁ ବଦଳରେ ଦଳର ନାମ ନବୀନ ଜନତା ଦଳ ନାମ ରଖିବା ପାଇଁ କଟାକ୍ଷ କରି କହିଛନ୍ତି ନିରଂଜନ ।
ସମବାୟ ସହ ଓମଫେଡ ଦୁର୍ନୀତି ପ୍ରସଙ୍ଗକୁ ନବୀନ ପଟ୍ଟନାୟକ ହାସ୍ୟାସ୍ପଦ କହିବା ଦ୍ୱାରା ଏହି ଦୁର୍ନିତିରେ ମୁଖ୍ୟମନ୍ତ୍ରୀଙ୍କର ସଂପୃକ୍ତି ରହିଥିବା ସୂଚନା ଦେଉଥିବା ନେଇ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।