(ରିପୋର୍ଟସ ଟୁଡେ): ବିହାରର କଟିଆରରୁ ୫ ଥର ଏମ୍ପି ଥିବା ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନ୍ସିପି)ର ନେତା ତାରିକ ଅନଓ୍ବର ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଶନିବାର କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସର ହାତ ଧରିଛନ୍ତି। ଏହାପରେ ସେ କଂଗ୍ରେସ ଟିକେଟରେ ଲୋକସଭା ଆସନ ପାଇଁ ନିର୍ବାଚନ ଲଢିବେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଏକ ବୟାନକୁ ନେଇ ନାରାଜ ଥିବା ଅନଓ୍ବର ଦଳ ଛାଡିଛନ୍ତି। ଅନ୍ୟପଟେ ତାଙ୍କୁ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆର୍ଜେଡି ସମର୍ଥନ କରିବ ବୋଲି ଆଲୋଚନା ହେଉଛି।