(ଆଦର୍ଶ ରାଉତ) : ଆସନ୍ତା ନଭେମ୍ଭର ମାସ ୨୮ ରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ତା ପୂର୍ବରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ MY HEART BEATS FOR HOCKEY କ୍ୟାମ୍ପେନ୍ ଆରମ୍ଭ କରିଥିଲେ । ଆସନ୍ତା ସେପ୍ଟମ୍ବର ୨୫ରୁ ଭୁବନେଶ୍ୱର ଏୟାରପୋର୍ଟରୁ ଆରମ୍ଭ ହେବାକୁ ଜାଉଛି ମାଇଁ ହାର୍ଟ ବିଟ୍ ଫର ହକି । ଏହି କ୍ୟାମ୍ପେନ୍ ହକି ପାଇଁ ସାଧାରଣ ଲୋକଙ୍କ ସମର୍ଥନ ଜୁଟାଇବା ଉଦ୍ଦେଶ୍ୟରେ ଆରମ୍ଭ ହେଉଛି । ବିଶ୍ୱକପର ପ୍ରଚାର ଓ ପ୍ରସାର ପାଇଁ ଦେଶର ବିଭିନ୍ନ ସ୍ଥାନରେ ହାର୍ଟବିଟ୍ ସେଣ୍ଟର ଖୋଲାଯିବା ସହ ସ୍ୱତନ୍ତ୍ର ହକି ଷ୍ଟିକ୍ ରଖାଯିବ । ଭୁବନେଶ୍ୱରର ବିମାନ ବନ୍ଦର ଠାରେ ଦୁଇଟି ହକିଷ୍ଟିକ୍ ରହିବ । ଏହି ହକି ଷ୍ଟିକ୍ ଛୁଇଁବା କ୍ଷଣି ଜଣଙ୍କ ହାର୍ଟବିଟ୍ ରେକର୍ଡ ହେବ । ତା ଛଡା ଚଣ୍ଡିଗଡ଼, ବେଙ୍ଗଳୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା ଓ ଇମ୍ଫାଲରେ ମଧ୍ୟ ସ୍ୱତନ୍ତ୍ର ହକିଷ୍ଟିକ୍ ରଖାଯିବା ସହ ୧୦୦ ଟି ସହରରେ ଆରମ୍ଭ ହେବ । ଏହା ଆଜି ମାଇ ହାର୍ଟବିଟ୍ ଫର ହକିର ନିର୍ମାତା ନୂପର ମହାଜନ ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ।