ମଶାବତୀ ଧୂଆଁ ଶରୀର ପାଇଁ କ୍ଷତିକାରକ

( ଭୁବନେଶ୍ୱର / ରିପୋର୍ଟସଟୁଡେ): ମଶା କାମୁଡିବା ଦ୍ୱାରା ଆମକୁ ମ୍ୟାଲେରିଆ , ଡେଙ୍ଗୁ ଭଳି ଅନେକ ବଡ ରୋଗ ହୋଇଥାଏ । ଏଣୁ ଏଥିରୁ ରକ୍ଷା ପାଇବା ଲାଗି ଆମେ ସାଧାରଣତଃ ମଣାମାରିବା ଉପକରଣ ସବୁ ବ୍ୟବହାର କରୁ । ଶସ୍ତା ହୋଇଥିବା ହେତୁ ଆମେ ମଶାଧୂପ କିଣି ଏହାକୁ ଆମ ଶୋଇବା ଘରେ ଜଳି ଶୋଇଥାଉ । ଏଥିରେ ମଶା ମରିଯାନ୍ତି ସତ କିନ୍ତୁ ଏହା ଦ୍ୱାରା ଆମକୁ ଅନେକ କ୍ଷତି ହୋଇଥାଏ । ଗୋଟିଏ ମଶାବତୀର ଦୂଆଁ ୫୦ଖଣ୍ଡ ସିଗାରେଟଠାରୁ ମଧ୍ୟ ଅଧିକ କ୍ଷତିକାରକ ହୋଇଥାଏ । ଏହି କ୍ଷତିଗୁଡିକ ବିଷୟରେ ଆଜି ଆସନ୍ତୁ ଜାଣିବା ।
୧- ଏହାକୁ ଲଗାଇବା ଦ୍ୱାରା ଶ୍ୱାସ ଜନିତ ସମସ୍ୟା ଦେଖାଦିଏ । ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବା ସହ ଆହୁରି ଅନେକ ସମସ୍ୟା ଯେପରି ଛାତି କାଟିବା ଏବଂ ଫୁସଫୁସ ନଷ୍ଟ ହେବା ଭଳି ସମସ୍ୟା ହୁଏ ।
୨- ମଶାବତୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ଶୀଘ୍ର ଆଜମା ରୋଗରେ ପୀଡିତ ହୁଅନ୍ତି ।
୩- ଏହା ଆମ ଚର୍ମ ଏବଂ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏଥିରୁ ବାହାରୁଥିବା ଧୂଆଁ ଆମ ଚର୍ମ ଏବଂ ଆଖିକୁ ନଷ୍ଟ କରିଦେଇପାରେ ।
୪- ଇୟସ ଆଗରୁ କେଶ ପାଚିବାରେ ମଧ୍ୟ ମଶାବତୀ ଅନୁରୂପ ଦାୟୀ ଅଟେ । ଏହା ବ୍ୟତୀତ କେଶ ଝଡିବା ଏବଂ କେଶ ପତଳା ହୋଇଯିବା ମଧ୍ୟ ଏହି କାରଣରୁ ହୋଇଥାଏ ।