ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡି ପାଲଟିଛି ମାଲ ବୁହା ଗାଡି

ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ି ର ଅପବ୍ୟବହାର ହେଉଥିବା ଅଭିଯୋଗ ପ୍ରାଣୀ ଚିକିତ୍ସା କେନ୍ଦ୍ରଠାରୁ ଦୂରରେ ରହୁଥିବା ଗ୍ରାମାଞ୍ଚଳ ଚାଷୀମାନଙ୍କର ଗୃହପାଳିତ ପ୍ରାଣୀମାନଙ୍କୁ ଦୁଆର ମୁହଁରେ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ଭ୍ରାମ୍ୟମାଣ ଯାନଗୁଡ଼ିକୁ  ରାଜ୍ୟ ସରକାର ଉଦ୍ୟମ କରୁଥିବା ବେଳେ ବାସ୍ତବରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ । ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଫରେଷ୍ଟ ଗେଟ୍ ନିକଟରେ ଏକ ଜିଓ ରିଲାଏନ୍ସ  ମାର୍ଟ ନିକଟରେ ଭ୍ରାମ୍ୟମାଣ ଯାନ କୁ ରାସ୍ତା ଉପରେ ରଖି ମାରକେଟିଙ୍ଗ କରି  ସାମଗ୍ରୀ ନେଉଥିବା ଦେଖିବାକୁ ମିଳିଛି ଏନେଇ ସ୍ଥାନୀୟ ବାସିନ୍ଦା ନିନ୍ଦା କରିଛନ୍ତି। କହିଛନ୍ତି ସରକାରୀ ପଶୁପକ୍ଷୀ ଙ୍କ ଚିକିତ୍ସା ପାଇଁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ି ର ବ୍ୟବସ୍ଥା କରିଥିଲା ବେଳେ ଯଦି ଦାୟିତ୍ୱ ରେ ଥିବା ଅଧିକାରୀ ଯଦି ତାର ଅପବ୍ୟବହାର କରନ୍ତି ତେବେ ଏହାର ତଦନ୍ତ ନିହାତି ଆବଶ୍ୟକ ରହିଛି। ଗାଡ଼ି କଣ ପାଇଁ ଅଟକିଥିଲା। ଗାଡ଼ି ରେ କାହିଁକି ଘରୋଇ ସାମଗ୍ରୀ ନିଆଗଲା ଏହା ତଦନ୍ତ କରି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ଯାହା ଫଳରେ ଆଗାମୀ ସମୟରେ ଏଭଳି ଚିତ୍ର ଆଉ ଦେଖିବାକୁ ମିଳିବ ନାହିଁ ବୋଲି କହିଥିବା ବେଳେ ଗଜପତି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ତୁଷାରିନ୍ଦୁ ନାୟକ କହିଛନ୍ତି ଆମର ମିଟିଂ ଥିଲା ମିଟିଂ ସାରି ସେମାନେ ଗଲାବେଳେ ଅଫିସ ସଫା ସୁତୁରା ପାଇଁ କିଛି ସାମଗ୍ରୀ ନେଇଥିବା କହିଛନ୍ତି।