ଅଙ୍ଗନୱାଡ଼ି ଦିଦିଙ୍କ ନାମରେ ମନରେଗା ଦୁର୍ନୀତି ମାମଲା

ଢେଙ୍କାନାଳ : ବଢ଼ିବାରେ ଲାଗିଛି ମନରେଗା ଦୁର୍ନୀତି ମାମଲା । କେଉଁଠି ମେସିନରେ ମନରେଗା କାର୍ଯ୍ୟ ହେଉଛି ତ କେଉଁଠି ଅସଲି ହିତାଧିକାରୀ ନହୋଇ ଆକାଉଣ୍ଟକୁ ଆସୁଛି ତାଙ୍କ । ତେବେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ପଙ୍ଗାତିରା ଗ୍ରାମ ପଞ୍ଚାୟତରେ ।  ପୁର୍ବ ବର୍ଷ ଏକ ଆଡ଼ିବନ୍ଧ ଦୁର୍ନୀତି ଅଭିଯୋଗରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନରେ ନିଲମ୍ବନ ହୋଇଥିଲେ । ହେଲେ ଏବେ ସାମ୍ନାକୁ ଆସିଛି ଆଉ ଏକ ଦୁର୍ନୀତିର ଚିତ୍ର ।  ତେବେ ପଙ୍ଗାତିରା ମାଟିଆ ସାହିର ଅଙ୍ଗନୱାର୍ଡି ଦିଦି ପ୍ରଜ୍ଞାରାଣି ନାୟକ ଜବ୍ କାର୍ଡ ହାତେଇ ଟଙ୍କା ଉଠାଉ ଥିବା ଅଭିଯୋଗ ହୋଇଛି । ତେବେ ଏବାବଦରେ ପଙ୍ଗାତିରା ପଂଚାୟତର ସରପଞ୍ଚଙ୍କୁ ପଚାରିବାରୁ ସେ ୱ ନେଇ କିଛି ଜାଣି ନ ଥିବା କହିଛନ୍ତି ।

ତେବେ ଏହି ପ୍ରଶ୍ନ ଉଠୁଛି, ପ୍ରଜ୍ଞାରାଣି ନାୟକ ଙ୍କ ସ୍ବାମୀ ନାଁ ରେ ଫାଇଲ୍ ଖୋଲା ଗଲା ଆଉ ଡିମାଣ୍ଡ ମଧ୍ୟ ଦିଆଗଲା ହେଲେ ସରପଞ୍ଚ ଜାଣିଲେ ନାହିଁ କେମିତି ? ଅଙ୍ଗନବାଡ଼ି ଦିଦି ଜଣେ ସରକାରୀ କର୍ମଚାରୀ ହୋଇ ମନରେଗା ଯୋଜନାରେ କାର୍ୟ୍ୟ କଲେ କିପରି? ପଙ୍ଗାତିରା ପଞ୍ଚାୟତରେ ଏମିତି ଦୁର୍ନୀତି ବାରମ୍ବାର ହେଉଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି କାହିଁକି ? ମନରେଗା ଯୋଜନାରେ ଗରିବ ଲୋକଙ୍କ ପାଇଁ କାର୍ୟ୍ୟ ଯୋଗାଇ ଦେବା ବଦଳେ ଏଠି ସରକାରୀ କର୍ମଚାରୀ ମାନଙ୍କ ଖାତାରେ ଟଙ୍କା ଛଡା ଯାଉଛି । ଗ୍ରାମ ରୋଜଗାର ସେବକଙ୍କ ଏହା ଚଞ୍ଚକତା କରୁନାହାନ୍ତି ତ । ଏନେଇ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତୁ  ବୋଲି ଅଞ୍ଚଳ ବାସି ଦାବି କରିଛନ୍ତି।