ମୟୁରଭଞ୍ଜ ଅମର୍ଦ୍ଦା ରୋଡ଼ ଏୟାରଷ୍ଟ୍ରିପ ହେବ ବିମାନ ବନ୍ଦର

ମୟୁରଭଞ୍ଜ ରସଗୋବିନ୍ଦପୁର ତଥା ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌କୁ ଏକ ବିମାନବନ୍ଦରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି. ଏନେଇ ପରିବହନ ମନ୍ତ୍ରୀଙ୍କ ପକ୍ଷରୁ ବିଧାନସଭାରେ ସୂଚନା ଦିଆଯାଇଛି. ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବିଭୁତି ଭୂଷଣ ଜେନା, କହିଛନ୍ତି ଯେ ରାଉରକେଲା ଏୟାରଷ୍ଟ୍ରିପ୍‌କୁ ଏକ ବିମାନବନ୍ଦରରେ ପରିଣତ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଚଳିତ ବଜେଟ୍‌ରେ  ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ ନିମନ୍ତେ ଅର୍ଥ ବରାଦ କରାଯାଇଛି।

ଏହି ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରିଥିବା ମଧ୍ୟ ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି। ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ ହେଲେ ଏହି ଅଞ୍ଚଳର ବିମାନ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଶିଳ୍ପାଞ୍ଚଳ ଭାବେ ପରିଚିତ ରାଉରକେଲାର ଯାତାୟାତ ଓ ଆର୍ଥିକ କାର୍ଯ୍ୟକଳାପକୁ ଏହା ଲାଭ ପହଞ୍ଚାଇବାର ଆଶା ରହିଛି।