ପୁଣି ଟ୍ରକ୍ ଚକାତଳେ ଗଲା ଆଉ ଏକ ଜୀବନ

କେନ୍ଦୁଝରରେ ପୁଣି ଟ୍ରକ୍ ଚକାତଳେ ଗଲା ଆଉ ଏକ ଜୀବନ । ଆଜି ଆମ ବସ୍ ର ଡ୍ରାଇଭର୍ ଫଣିଭୂଷଣ s ଟ୍ରକ୍ ଧକ୍କାରେ ମୃତ୍ୟୁ ଘଟିଛି । ଟାଉନ୍ ଥାନା ସଠିଘର ସାହି ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ତାଙ୍କ ସ୍କୁଟି ଉପରେ ଚଢ଼ିଗଲା ଟ୍ରଲର୍ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରଲର୍ ଫେରାର ହୋଇଯାଇଛି । ଫଣିଭୂଷଣଙ୍କ ଘର ଘଟଗାଁ ବ୍ଲକ ପୋଇପାଣି ଗାଁରେ । ସେ ଘରୁ ଆମ ବସ୍ ଚଲାଇବା ପାଇଁ କେନ୍ଦୁଝର ଆସୁଥିବା ବେଳେ, ସଠିଘର ସାହି ନିକଟରେ ତାଙ୍କୁ ଏକ ଟ୍ରଲର୍ ଧକ୍କା ଦେଇଥିଲା । ଗତକାଲି ଟ୍ରକ୍ ଚକା ତଳେ ପଡ଼ି ଟାଉନ୍ ଥାନା ଧ୍ରୁପଦା ନିକଟରେ ଯାଇଥିଲା ଦମ୍ପତ୍ତିଙ୍କର ଜୀବନ । ଏବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ଘଟାଇଥିବା ଫେରାର୍ ଟ୍ରଲର୍ କୁ ଧରିବାକୁ ତନାଘନା ଚଲାଇଛି ।