(ରିପୋର୍ଟସ ଟୁଡ଼େ) ମୁହଁ ଖୋଲିଲେ ମଲାଇକା ଅରୋରା ଖାନ୍ ତାଙ୍କ ଲଭରିଲେସନ୍ ଓ ଅର୍ଜ୍ଜୁନଙ୍କ ସଂପର୍କକୁ ନେଇ ।ଏକ ସାକ୍ଷାତକାରରେ ସେ କହିଛନ୍ତି ମୋ ଜୀବନରେ ଯାହା ବି ଚାଲିଛି ତାହା ସମସ୍ତଙ୍କୁ ଜଣା । ମୋତେ ସେ ନେଇ କୌଣସି କଥା ହେବାର ଆବଶ୍ୟକତା ନାହିଁ । ମୁଁ ନିଜ ଲାଇଫରେ ଖୁସି ଅଛି । ଏହା କାଫି ସୁନ୍ଦର ଓ ଦାମୀ ।
ଏହା ଛଡ଼ା ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦେବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି ମଲାଇକା କହିଛନ୍ତି । ସିଧାସଳଖ ନ ହେଲେ ବି ପରୋକ୍ଷ ଭାବରେ ଅର୍ଜ୍ଜୁନଙ୍କୁ ନେଇ ମୁହଁ ଖୋଲିଛନ୍ତି ମଲାଇକା । ବଲିଉଡ଼ର ଏହି ଯୋଡ଼ି ଅନେକ ଦିନ ହେବ ପରସ୍ପରକୁ ଡ଼େଟ କରୁଛନ୍ତି ।