( ରିପୋର୍ଟସଟୁଡେ): ଦିନକୁ ଦିନ ବଢିବାରେ ଲାଗିଛି ଲୁଟ । ଏହି ଲୁଟର ଶିକାରସ୍ଥଳୀ ହେଉଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ଗୋଟିଏ ପରେ ଗୋଟିଏ ଏଟିଏମ କୁ ଟାର୍ଗେଟ କରିଛନ୍ତି ଲୁଟେରା । ଗତକାଲି ବାଜପୁର ନିକଟ ନନ୍ଦପୁରରେ ଥିବା ଇଣ୍ଡିକ୍ୟାଶ୍ ଏଟିଏମ୍ ଲୁଟ୍ କରିଛନ୍ତି। ଦୁର୍ବୃତ୍ତମାନେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ନିରାକାରପୁର, ତୁଳସୀପୁର ଓ ଜଟଣୀରେ ମଧ୍ୟ ଏଟିଏମ୍ ଲୁଟ୍ ହୋଇଥିଲା।