ରାତିରେ ନିଦ ହଉନି କି,ଆପଣାନ୍ତୁ ଏହି ଉପାୟ

(ରିପୋର୍ଟସ ଟୁଡେ) ମାନସିକ ଓ ଶାରୀରିକ ଚାପରୁ ଦୂରେଇ ରହିବା ପାଇଁ ପ୍ରତ୍ୟେକ ମଣିଷଙ୍କୁ ଶୋଇବା ନିହାତି ଆବଶ୍ୟକ। କିନ୍ତୁ କିଛି ଲୋକ ରାତି ସାରା ବିଛଣାରେ ପଡିରହି ଥିଲେ ମଧ୍ୟ ତାଙ୍କୁ ନିଦ ଆସି ନ ଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଲୋକ ନିଦ ଓଷଧ ମଧ୍ୟ ସେବନ କରିଥାନ୍ତି। ଯାହାକି ଦେହ ପାଇଁ ଅଧିକ କ୍ଷତିକାରକ ହୋଇଥାଏ। କିଛି ବ୍ୟକ୍ତି ମେଡିଟେଶନ୍‌ କରିବା ସହ ହାଲକା ପାଣିରେ ମଧ୍ୟ ଗାଧୋଇଥାନ୍ତି। ତେବେ ଏସବୁ କରିବା ପରେ ମଧ୍ୟ ଯଦି ନିଦ ଆସୁନାହିଁ ତା’ହେଲେ ଆପଣଙ୍କୁ ଏହି ୫ପ୍ରକ୍ରିୟା ଅବଲମ୍ବନ କରିବାକୁ ହେବ, ଯାହାଫଳରେ ନିଦ ସହଜରେ ଆସିଯିବ।

 ସକାଳେ ଉଠିବାର ୩୦ ମିନିଟ୍‌ ମଧ୍ୟରେ ବ୍ରେକ୍‌ଫାଷ୍ଟ ସାରିବାକୁ ପଡିବ। କାରଣ ସକାଳ ବ୍ରେକ୍‌ଫାଷ୍ଟ ଶରୀର ବ୍ଲଡ ସୁଗାର ନିୟନ୍ତ୍ରଣ କରିଥାଏ।

 ସନ୍ଧ୍ୟା ପରେ ଚା କିମ୍ବା କଫି ପିଇବା ଦ୍ୱାରା ଶରୀର ଉପରେ ଏହାର ପ୍ରଭାବ ୫ ଘଣ୍ଟା ପର୍ୟ୍ୟନ୍ତ ରହିଥାଏ, ଯେଉଁଥିପାଇଁ ସହଜରେ ନିଦ ହୋଇ ନ ଥାଏ। ତେଣୁ ଶୋଇବାର ୫ ଘଣ୍ଟା ପୂର୍ବରୁ ଚା କଫି ପିଇବା ବନ୍ଦ କରନ୍ତୁ।

 ଶୋଇବା ପୂର୍ବରୁ ନିଜକୁ ମୋବାଇଲ୍‌ ଫୋନ, ସୋସିଆଲ ମିଡିଆ ଠାରୁ ଦୂରେଇ ରଖନ୍ତୁ। ଫଳରେ ମସ୍ତିଷ୍କ ଶାନ୍ତ ହେବା ସହିତ ଭଲ ନିଦ ହୋଇଥାଏ।

 ଶୋଇବା ପାଇଁ କିଛି ଭଲ ବହି ମଧ୍ୟ ପଢିପାରିବେ ଯାହା ମନକୁ ଶାନ୍ତ ରଖିବ। ନଚେତ କିଛି ଗୀତ ମଧ୍ୟ ଶୁଣି ପାରିବେ। ଏକ ସପ୍ତାହରେ ୪ ରାତି ଏପରି କରିବା ଦ୍ୱାରା ନିଦ ଆପେ ଆପେ ଆସିଯିବ।

 କିଛିଲୋକ ଏପରି ଅଛନ୍ତି ଯେଉଁମାନେ ଶୋଇବାକୁ ଯିବା ପୂର୍ବରୁ ଭାବନ୍ତି କେତେଘଣ୍ଟା ଶୋଇବେ, କେତେ ବେଳେ ଉଠିବେ ଯାହାଫଳରେ ସେମାନଙ୍କୁ ରାତିରେ ନିଦ ହୋଇନଥାଏ। ତେବେ ଏସବୁ ଭାବିବା କମ୍‌ କରନ୍ତୁ ଯାହାଫଳରେ ନିଦ ସହଜରେ ଆସିପାରିବ।