୧୬୯୯ଟଙ୍କାର ନୂତନ ବାର୍ଷିକ ପ୍ଲାନ୍‌ ଲଞ୍ଚ କଲା ରିଲାଏନ୍ସ ଜିଓ

(ଶୁଭସ୍ମିତା ଦାଶ): ବତର୍୍ମାନ ଚାଲିଛି ଫେଷ୍ଟିଭ୍ ସିଜନ୍ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ମନଲାଖି ଅଫର ଦିଆଯାଉଛି । ଡ଼୍ରେସ ଠାରୁ ଆରମ୍ଭ କରି ଇଲେଟ୍ରୋନିକ୍ ସଂସ୍ଥା ଏବଂ ସୁନା ଦୋକାନୀରେ ଅଫର ପାଇଁ ଗ୍ରାହକଙ୍କ ଭିଡ଼ ଜମୁଛି । ଟେଲିକମ୍ ସଂସ୍ଥା ମଧ୍ୟ ବାଦ ପଡ଼ିନି ଏଥିରୁ । ରିଲାଏନ୍ସ ଜିଓ ୧୬୯୯ଟଙ୍କାର ନୂତନ ବାର୍ଷିକ ପ୍ଲାନ୍‌ ଲଞ୍ଚ କରିଛି। ଏଥିସହିତ ୧୪୯ ଟଙ୍କା ଓ ତା’ଠାରୁ ଅଧିକର ପ୍ରିପେଡ୍‌ ରିଚାର୍ଜରେ କ୍ୟାସ୍‌ବ୍ୟାକ୍‌ ଦେବାର ମଧ୍ୟ ଘୋଷଣା କରିଛି। ୧୬୯୯ଟଙ୍କାର ପ୍ଲାନ୍‌ ଓ ୧୦୦ ପ୍ରତିଶତ କ୍ୟାସବ୍ୟାକ୍‌ ଦେବାର ଘୋଷଣା ରିଲାଏନ୍ସ କିଛି ଦିନ ପୂର୍ବରୁ କରିଥିଲା। ଶୁଣିବାକୁ ମିଳୁଛି, ଦୀପାବଳୀ ଅବସରରେ ଗ୍ରାହକ ପାଇଁ ଏଭଳି ଉପହାରର ଘୋଷଣା କରିଛି।

୧୬୯୯ ଟଙ୍କାର ପ୍ଲାନ୍‌ ସହିତ ପ୍ଲାନ୍‌ ସହିତ ରିଲାଏନ୍ସ ଜିଓ ଏବେ ପାଞ୍ଚ ପ୍ରକାର ରିଚ୍ଚାର୍ଜ ପ୍ଲାନ୍‌ ଦେଉଛି। ଯେଉଁଥିରେ ୧.୫ ଜିବି ହାଇସ୍ପିଡ୍‌ ଡାଟା ପ୍ରତିଦିନ ଦିଆଯାଉଛି। ରିଲାଏନ୍ସ ଜିଓର େଓ୍ଵବସାଇଟ ଅନୁସାରେ, ଏହି ପ୍ଲାନ୍‌ର ବୈଧତା ୨୮ଦିନରୁ ନେଇ ୩୬୫ଦିନ ପର୍ୟ୍ୟନ୍ତ ରହିଛି ।

ରିଲାଏନ୍ସ ଜିଓ ୧୬୯୯ ଟଙ୍କାର ପ୍ଲାନ୍‌: ଏହି ପ୍ଲାନ୍‌ ଜରିଆରେ ରିଲାଏନ୍ସ ଜିଓ ୩୬୫ ଦିନ ପର୍ୟ୍ୟନ୍ତ ଅସୀମିତ ଡାଟା ଓ ଭଏସ୍‌ କଲ ସହିତ ଅନ୍ୟ କେତେକ ଲାଭ ବି ଗ୍ରାହକଙ୍କୁ ମିଳିବ। ଏଥିରେ ୧.୫ଜିବି ଡାଟା ପ୍ରତିଦିନ ହିସାବରେ ଗ୍ରାହକଙ୍କୁ ୫୪୭.୫ଜିବି ଡାଟା ମିଳିବ। ପ୍ରତିଦିନ ୧୦୦ ଏମ୍‌ଏମ୍‌ଏସ୍‌ର ସୁବିଧା ବି ମିଳିବ। ଏଥିସହିତ ଜିଓ ଟିଭି, ଜିଓ ସିନେମା, ଜିଓ ମ୍ୟୁଜିକ୍‌ ଭଳି ଆପ୍‌ ସୁବିଧା ମିଳିବ।

ଜିଓ ଦୀପାବାଳୀ ୧୦୦ପ୍ରତିଶତ କ୍ୟାସବ୍ୟାକ୍‌ ଅଫର ଜରିଆରେ ବ୍ୟବହାରକାରୀ ୧୪୯ ଓ ଏହାଠାରୁ ଅଧିକ ପ୍ରିପେଡ୍‌ ରିଚାର୍ଜରେ ୧୦୦ ପ୍ରତିଶତ କ୍ୟାସବ୍ୟାକ୍‌ ମିଳି। ଏହି କ୍ୟାସବ୍ୟାକ୍‌ କୁପନ୍‌ ରୂପରେ ହେବ, ଯେଉଁଥିରେ ରିଲାଏନ୍ସ ଡିଜିଟାଲ କିମ୍ବା ମାଇ ଜିଓ ଷ୍ଟୋରରେ ଉପଯୋଗ କରାଯାଇ ପରିବ। ଏହି କୁପନର ଶେଷ ତାରିଖ ୨୦୧୮ ଡିସେମ୍ବର ୩୧ ପର୍ୟ୍ୟନ୍ତ ରହିବ।