ଦିଲ୍ଲୀ-NCRରେ ନୂଆ ନିୟମ

ଦିଲ୍ଲୀ-NCRରେ ନୂଆ ନିୟମ

PUCC ନଥିଲେ ମିଳିବନି ପେଟ୍ରୋଲ

ଅକ୍ଟୋବର ପହିଲାରୁ କଡା ନିୟମ

ନିୟମ ନ ମାନିଲେ ଗଣିବେ 10 ହଜାର

ଗାଡି ଚାଳକମାନଙ୍କ ପାଇଁ ବଡ ଖବର । ଗାଡିର ସମସ୍ତ କାଗଜପତ୍ର ସଠିକ୍ ରଖନ୍ତୁ ନଚେତ ମିଳିବନି ପେଟ୍ରୋଲ ଡିଜେଲ ।  ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଏବେ ଗାଡି ଚାଳକଙ୍କ ପାଇଁ ନିୟମ ଆହୁରି କଠୋର ହେବାକୁ ଯାଉଛି । ଅକ୍ଟୋବର ପହିଲାରୁ ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ବୈଧ PUCC ବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ଗାଡିକୁ ପେଟ୍ରୋଲ କିମ୍ବା ଡିଜେଲ ଦେବାରେ ସମସ୍ୟା ହୋଇପାରେ । ତେଣୁ ଗାଡି ଚାଳକମାନେ ପୂର୍ବରୁ ନିଜ ଗାଡିର PUCC ବୈଧ ଅଛି କି ନାହିଁ ଏବେଠାରୁ ଯାଞ୍ଚ କରିନିଅନ୍ତୁ ନଚେତ୍ ଭବିଷ୍ୟତରେ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଦୂଷଣ ପରୀକ୍ଷା କରାଇବା ସମୟରେ ରାସ୍ତାକଡରେ ଥିବା ଅନଧିକୃତ ଟେଣ୍ଟ କିମ୍ବା ଦୋକାନରୁ PUCC କରାନ୍ତୁ ନାହିଁ । ଏହା ପରିବର୍ତ୍ତେ ପରିବହନ ବିଭାଗ ଦ୍ୱାରା ମାନ୍ୟତାପ୍ରାପ୍ତ ଓ ପଞ୍ଜୀକୃତ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରକୁ ଯାଆନ୍ତୁ । ମାନ୍ୟତାପ୍ରାପ୍ତ କେନ୍ଦ୍ରରେ ପରୀକ୍ଷା କରାଇଲେ ଗାଡିର ପ୍ରଦୂଷଣ ସମ୍ପର୍କିତ ତଥ୍ୟ ସରକାରୀ ସିଷ୍ଟମରେ ଅନଲାଇନ୍ ଅପଡେଟ୍ ହେବାର ସୁବିଧା ରହିଥାଏ ।ଦିଲ୍ଲୀ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ନିୟମ ଅୁସାରେ ବୈଧ PUCC ବିନା ଗାଡ଼ି ଚଳାଇଲେ ଆଇନ ଅନୁସାରେ ଜରିମାନା ସହ ଅନ୍ୟାନ୍ୟ ଦଣ୍ଡର ସମ୍ମୁଖୀନ ହେବାକୁ ପଡିପାରେ । ଜରିମାନା ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ । କିଛି ପରିସ୍ଥିତିରେ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ । ଏହା ସହ ଚାଲାଣ, ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ କିମ୍ବା ରଦ୍ଦ ହେବା ଭଳି ପଦକ୍ଷେପ ମଧ୍ୟ ନିଆଯାଇପାରେ । ତେଣୁ ଦିଲ୍ଲୀ-NCRରେ ଗାଡି ଚଳାଉଥିଲେ, ଅକ୍ଟୋବର 1 ପୂର୍ବରୁ ନିଜ ଗାଡିର PUCC ଯାଞ୍ଚ କରନ୍ତୁ ।