ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ

(ଚିତରଞ୍ଜନ ସାହୁ / ଜୟନ୍ତ କୁମାର) : ବରଗଡ ଜିଲ୍ଲାରେ ବିଭିନ୍ନ ବ୍ଲକ ଓ ସଦର ମହକୁମାଠାରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ବରପାଲିଠାରେ ଯାଦବ ସମାଜ ପକ୍ଷରୁ ଗଙ୍ଗାଧର ସ୍ନତଭବନଠାରେ ମହାଆଡମ୍ବ ସହ ନନ୍ଦୋତ୍ସବ ପାଳିତ ହୋଇଯାଇଛି ।

ସେହିପରି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରର ସେବାୟତ ସଂଘ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଉପଲକ୍ଷେ ସିଂହ ଦ୍ୱାରଠାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସେବା ସଂଘ ପକ୍ଷରୁ ସଭାପତି ସୋମନାଥ ମହାପାତ୍ର, ସମ୍ପାଦକ ଲିଙ୍ଗରାଜ ମହାପାତ୍ର, ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସ୍ୱାସ୍ଥ୍ୟ ଶିବିର କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ ପ୍ରଦୀପ ପ୍ରଜ୍ୱୋଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ମେଡିସିନ, ସ୍ତ୍ରୀ ରୋଗ,ଶିଶିରୋଗ ସର୍ଜରୀ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ଶତାଧିକ ମହିଳା, ପୁରୁଷ ଓ ଶିଶୁ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବଣ୍ଟନ କରାଯାଇଥିଲା। ପୁରୀର ଶ୍ରୀ ପୁରୁଷୋତ୍ତମ ସେବା ସଂସ୍ଥା ଓ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଂଘ ଙ୍କ ମିଳିତ ଆନୁକୂଲ୍ୟରେ ଏହି ଶିବିର ଆୟୋଜିତ ହୋଇଯାଇଛି ।