ଗୃହରେ ପୁଣି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଗର୍ଜିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
ଭୁବନେଶ୍ୱର : ଆଜି ବିରୋଧୀ ବିଜେପି ପକ୍ଷରୁ ନବ ଦାସଙ୍କ ହତ୍ୟାକୁ ମାସେ ପୁରୁଥିବା ବେଳେ ନ୍ୟାୟ ନ ମିଳିବାରୁ ଗଣତନ୍ତ୍ର ମନ୍ଦିର ବିଧାନସଭା କୁ ଘେରାଉ କରି ନ୍ୟାୟ ମାଗିବାକୁ ଚାହି ଯଦି ପ୍ରତିବାଦ କରିବା କଣ ଭୁଲ । ଆଜିର ପ୍ରତିବାଦ ସମୟରେ ପୁରୁଷ ପୋଲିସ ମହିଳା ବିଜେପି କର୍ମୀଙ୍କୁ ମାଡ଼ ମାରିଛନ୍ତି। ରାଜ୍ୟରେ ମନ୍ତ୍ରୀ, ନେତା ଓ ଜନତା ସୁରକ୍ଷିତ ନାହାନ୍ତି, ପ୍ରତିବାଦ କରିବାରୁ ପୋଲିସ ଗୋଡେଇ ଗୋଡେଇ ବାଡ଼ଉଛି । ପୋଲିସ ଆଜି ଜେଉଁଭଳୀ ନିଜ ଦକ୍ଷତା ଏଠି ଦେଖାଇଲା ନବ ଦାସଙ୍କ ହତ୍ୟାରେ ଦେଖାଇଥିଲେ ହୁଏତ ହତ୍ୟା ପଛର କାହାଣୀ ଉନ୍ମୋଚିତ ହୋଇଯାନ୍ତାଣି କିନ୍ତୁ ତାହା ପୋଲିସ କରୁନାହିଁ। ଏନେଇ ତଦନ୍ତ ନିର୍ଦେଶ ଦେଇ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୟନାରାୟଣ ଦାବି କଲେ।
-ବିରୋଧୀ ଙ୍କ ହଟ ଗୋଳ ଭିତରେ ବିରୋଧୀ ଙ୍କୁ ଜବାବ ଦେଲା ଶାସକ ଦଳ…
ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଶାନ୍ତି ପ୍ରିୟ ରାଜ୍ୟରେ ଏଭଳି ଗୁଣ୍ଡା ଗର୍ଦି କରିବା କଣ ଉଚିତ୍ ବୋଲି ବିରୋଧୀ ଙ୍କୁ ପ୍ରଶ୍ନ କଲେ ପ୍ରଶାନ୍ତ ମୁଦୁଲି | ବିଜେଡି ବିଧାୟକ ଦେବୀ ମିଶ୍ର ମଧ୍ୟ କହିଛନ୍ତି ବିରୋଧୀ ଦଳ ପ୍ରତିବାଦ କରିବା ସମୟରେ ନିଜର ସଂଯମତା ରକ୍ଷା କରିବା ଦରକାର | ସାଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ବିରୋଧୀ ନେତାଙ୍କୁ ନେଇ ରଖିଛନ୍ତି ଜବାବ।
ଗୃହର ମର୍ଯ୍ୟାଦା ହାନୀ କରୁଛି ବିରୋଧୀ ଦଳ ଅଭିଯୋଗ ଆଣିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗୋଟେ ପ୍ରସଙ୍ଗ ଗୃହରେ ଥରେ ଆଲୋଚନା ପରେ ପୁନର୍ବର ଉଠାଇ ଗୃହର ନିୟମକୁ ବାରମ୍ୱାର ଭଙ୍ଗ କରିଛନ୍ତି ବିରୋଧୀ…
ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଗୃହ ମଧ୍ୟ ଭାଗରେ ହଟଗୋଳ କରିଥିଲେ, ବାଚସ୍ପତି ପ୍ରଥମେ 10 ମିନିଟ ଗୃହକୁ ମୂଳତବି କରିଥିଲେ, ତା ପରେ ବିରୋଧୀ ହଟଗୋଳ କରୁଥିବାରୁ ଆଉ ଥରେ 10 ମିନିଟ ପାଇଁ ମୂଳତବି ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି।