ଆପଣ ଜାଣନ୍ତି କି କେଉଁଭଳି ଖାଦ୍ୟ ଖାଇଲେ ହାଡ ଦୁର୍ବଳ ହେଇଯାଏ

(ସୌମ୍ୟ ରଂଜନ ସେଠୀ) : ଶରୀରର ହାଡକୁ ମଜଭୁତ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ। ହେଲେ ଆମେ ନଜାଣି ଏପରି କିଛି ଖାଦ୍ୟ ଅଛି ଯାହାକୁ ଆମେ ହାଡ଼ ମଜବୁତ କରିବା ଉଦ୍ଦେଶ୍ୟରେ ଖାଇଥାଆନ୍ତି ହେଲେ ତାହା ବିପରୀତ ଫଳ ଦେଇଥାଏ। ଦିନ ସାରା ଆମେ ବହୁ ଏମିତି ଖାଦ୍ୟ ଖାଇଥାଉ ଯାହା ଦ୍ୱାରା ହାଡ ଦୁର୍ବଳ ହୋଇଯାଏ । ଫୁଡ୍ ଓ ନ୍ୟୁଟ୍ରିସନ୍ ବିଶେଷଜ୍ଞଙ୍କ କହିବା ଅନୁସାରେ ଏମିତି ଅନେକ ଖାଦ୍ୟ ଅଛି ଯାହା କ୍ୟାଲସିୟମ୍ ଓ ଭିଟାମିନ୍ ଡି’କୁ ଶରୀରରେ ଠିକ୍ ଭାବେ ପହଞ୍ଚାଇ ନଥାଏ। ଏଥିଯୋଗୁଁ ଶରୀରରେ କ୍ୟାଲସିୟମର ଅଭାବ ଦେଖା ଦେଇଥାଏ। ଏହା ଦ୍ୱାରା ହାଡ ଦୁର୍ବଳ ହେବାର ଆଶଙ୍କା ବଢିଯାଏ ।

ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ଖାଇଲେ ହାଡ ଦୁର୍ବଳ ହୋଇଥାଏ –
ନମକିନ୍ ଓ ଚିପ୍ସ୍ : ନମକିନ୍, ଚିପ୍ସ୍ ଭଳି ସ୍ନାକ୍ସରେ ସୋଡିୟମର ମାତ୍ରା ବହୁ ଅଧିକ ଥାଏ। ଏହାକୁ ଅଧିକ ଖାଇଲେ ଶରୀରର କ୍ୟାଲସିୟମ୍ ମୂତ୍ର ମାଧ୍ୟମରେ ବାହାରକୁ ପଳାଇଥାଏ, ଯଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ।

ଚିନିଜାତୀୟ ଖାଦ୍ୟ : ଚିନିଜାତୀୟ ଖାଦ୍ୟ ଓ ପାନୀୟରେ ଫସଫରିକ୍ ଏସିଡ୍ ଭଳି ରାସାୟନିକ ପଦାର୍ଥ ବହୁ ମାତ୍ରାରେ ଥାଏ। ଏହାକୁ ଅଧିକ ମାତ୍ରାରେ ଖାଇଲେ ହାଡ଼ ଦୁର୍ବଳ ହୋଇଯାଏ। ଏମିତିରେ ହାଡ଼ ଭାଙ୍ଗିବା ସମସ୍ୟା ବଢ଼ିପାରେ।

ପ୍ୟାକେଟ୍ ଖାଦ୍ୟ : ପ୍ୟାକେଟରେ ଆସୁଥିବା ତିଆରି ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ରହିଥାଏ। ଏହା ଶରୀରରେ କ୍ୟାଲସିୟମ୍ ର ମାତ୍ରା କମ୍ କରିଥାଏ। ଏହାଯୋଗୁଁ ହାଡ଼ ଦୁର୍ବଳ ହୋଇଥାଏ।

ଜଙ୍କ୍ ଫୁଡ୍ : ବର୍ଗର, ପିଜ୍ଜା, ପାସ୍ତା ଆଦି ଜଙ୍କ୍ ଫୁଡ୍ ରେ ସୋଡିୟମ୍ ଅନେକ ମାତ୍ରାରେ ଥାଏ। ଏହା ମଧ୍ୟ ଶରୀରରେ କ୍ୟାଲ୍ସିୟମ୍ ର ମାତ୍ରାକୁ କମ୍ କରିଥାଏ, ଯାହାଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ। ଶରୀରର ହାଡ଼ ନଷ୍ଟ ହେବାର ବିପଦକୁ ବଢ଼ାଇଥାଏ।