(ରିପୋର୍ଟସ ଟୁଡ଼େ): ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ଼୍ ପକ୍ଷରୁ ପଞ୍ଚମ ପିଢିର ନୂଆ ସି- ଆରଭି ବଜାର ପ୍ରବେଶ କରିଛି । ସ୍ଥାନୀୟ ସେଣ୍ଟ୍ରାଲ ହୋଣ୍ଡା ଶୋ ରୁମ୍ରେ ଏହାର ଉନ୍ମୋଚନ ହୋଇଥିଲା । ଶୋ’ରୁମର ଏମ୍ଡି ବିଶାଲ ଧାଓ୍ବନ, ନିର୍ଦ୍ଦେଶକ ସିନୁ ଧାଓ୍ବନ, ହୋଣ୍ଡା କାର୍ସର ଆଞ୍ଚଳିକ ପ୍ରବନ୍ଧକ ଲୋକେଶ ଗୁପ୍ତା ଏବଂ ଏସ୍ବିଆଇ ଆଞ୍ଚଳିକ ପ୍ରବନ୍ଧକ ସତ୍ୟ ନାରାୟଣ ପାଣିଗ୍ରାହି ଏହି ମଡେଲକୁ ବଜାର ପ୍ରବେଶ କରାଇଥିଲେ। କମ୍ପାନୀ ନୂଆ କରି ଏହି ମଡେଲର ଡିଜେଲ ଭାରିଆଣ୍ଟ ଆଣିଛି। ପ୍ରିମିୟମ ଏସ୍ୟୁଭି ବର୍ଗରେ ଉପସ୍ଥିତିକୁ ଦୃଢୀକରଣ ଦିଗରେ ଏହା ବିଶେଷ ଭାବେ ସହାୟକ ହେବ ବୋଲି କମ୍ପାନୀ ପ୍ରକାଶ କରିଛି। ମଡେଲରେ ଗ୍ରାହକମାନେ ଅତୁଳନୀୟ ଡ୍ରାଇଭିଂ ଅଭିଜ୍ଞତା ଲାଭ କରିପାରିବେ। ଏଥିରେ ଅତ୍ୟାଧୁନିକ ସିଫ୍ଟ-ବାଏ-ଓ୍ବେୟାର ୯ ଏଟି ରହିଛି।
ଏହା ଉଭୟ ଡିଜେଲ ତଥା ପେଟ୍ରୋଲରେ ସର୍ବୋତ୍ତମ ଫୁଏଲ ଇକୋନୋମି ପ୍ରଦାନ କରିବାକୁ ସକ୍ଷମ ହେବ ବୋଲି ଏହା ପ୍ରକାଶ କରିଛି। ମଡେଲଟି ୫ ଷ୍ଟାର ଏସିଆନ୍ ଏକ୍ୟାପ୍ ସେଫଟି ରେଟିଂ ଲାଭ କରିଛି। ଏଥିରେ ଫାଷ୍ଟ ଇନ୍ ସେଗମେଣ୍ଟ ଫିଚର ଭାବେ ଲେନ୍ ଓ୍ବାଚ୍ କ୍ୟାମେରା, ରିମୋଟ ଇଞ୍ଜିନ ଷ୍ଟାର୍ଟର, ଡ୍ରାଇଭର ଆଟେନଶନ ମନିଟର, ଏଜାଇଲ୍ ହ୍ୟାଣ୍ଡଲିଂ ଆସିଷ୍ଟ, ଫୁଲ ସାଇଜ ଟିଏଫ୍ଟି ମିଟର ରହିଛି। ଏହା ବାଦ ଗ୍ରାହକମାନେ ଡାଇନାମିକ ଏବଂ ଆଗ୍ରେସିଭ୍ ଏକ୍ସଟେରିୟର ଡିଜାଇନ, ବିଳାସପୁର୍ଣ୍ଣ ତଥା ଆରାମଦାୟକ ଇଣ୍ଟେରିୟର, ଅତ୍ୟାଧୁନିକ ନୂତନ ପାଓ୍ବାରଟ୍ରେନ ସହ ନିରାପତ୍ତା ଫିଚର ଲାଭ କରିପାରିବେ। ଏହା ତିନୋଟି ଭାରିଆଣ୍ଟରେ ବଜାରକୁ ଆସିଛି। ଗୋଲଡେନ୍ ବ୍ରାଉନ ମେଟାଲିକ, ରେଡିଆଣ୍ଟ ରେଡ୍ ମେଟାଲିକ୍, ଲୁନାର ସିଲ୍ଭର ମେଟାଲିକ୍, ମଡର୍ନ ଷ୍ଟିଲ ମେଟାଲିକ୍ ଏବଂ ହ୍ବାଇଟ ଅର୍କିଡ ପର୍ଲ ଭଳି ରଙ୍ଗରେ ଏହା ବଜାରକୁ ଆସୁଛି। ଏହାର ଏକ୍ସ ଶୋ’ରୁମ ମୂଲ୍ୟ ୨୮.୧୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ପ୍ରିମିୟମ ଏସ୍ୟୁଭି ସେଗମେଣ୍ଟରେ ଏହା ଏକ ଗେମ୍ ଚେଞ୍ଜର ହେବ ବୋଲି କମ୍ପାନୀର ସଭାପତି ତଥା ସିଇଓ ଗାକୁ ନାକାନିସି କହିଛନ୍ତି।